କେବେ ବଦଳିବ ଚିଲିକା ଦ୍ୱୀପର ଭାଗ୍ୟ? କେବେ ଜଳଯାତ୍ରାରୁ ମିଳିବ ମୁକ୍ତି?

କେବେ ବଦଳିବ ଚିଲିକା ଦ୍ୱୀପର ଭାଗ୍ୟ? କେବେ ଜଳଯାତ୍ରାରୁ ମିଳିବ ମୁକ୍ତି?

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ଜିଲ୍ଲା ସହର ମହକୁମାକୁ ଯିବା ପାଇଁ ଜହ୍ନିକୁଦା-ସାତପଡା ଚିଲିକା ଜଳପଥ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଦେଶୀ ଡଙ୍ଗା ଯୋଗେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଶହଶହ ଯାତ୍ରୀ । ଚିଲିକାରେ ଅନେକ ଥର ଅଘଟଣ ଘଟୁଛି କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ କି ସ୍ଥାନୀୟ ଜନପ୍ରତିନିଧି ଚିନ୍ତା କରୁନାହାନ୍ତି । ଦ୍ୱିପାଞ୍ଚଳବାସୀ ସ୍ଥାୟୀ ପୋଲଟିଏ ପାଇଁ ଦାବି କରୁଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଚିଲିକା ଦ୍ୱିପାଞ୍ଚଳରେ କୃଷ୍ଣପ୍ରସାଦ ବ୍ଲକର ୧୪ଟି ଗ୍ରାମ ପଂଚାୟତ ରହିଛି । ୮୦ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଜଳଯାତ୍ରା ସମୟରେ ଦ୍ୱିପାଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡଙ୍ଗାବୁଡି ଘଟଣାରେ ଅନେକ ଜୀବନ ମଧ୍ୟ ଯାଇଛି, ତଥାପି ସରକାର ଚିଲିକାରେ ସ୍ଥାୟୀ ସେତୁଟିଏ ପାଇଁ ବ୍ୟବସ୍ଥା କରୁନାହାନ୍ତି, ତେଣୁ ଆଗାମୀ ନିର୍ବାଚନ ଆଗରୁ ରାଜନେତାଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ଦ୍ୱିପାଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe