ବେରୋଜଗାରୀ, କରୋନା ଦୁର୍ନୀତି ନେଇ ଜନତା ଦେବେ ଜବାବ୍ । ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । 

134

କନକ ବ୍ୟୁରୋ: ଭର୍ଚୁଆଲ ରାଲିରେ ବିଜେପି ପାର୍ଟି ଅଫିସରୁ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି  ରାଜ୍ୟରେ ଚରମ ସୀମାରେ ରହିଛି ବେରୋଜଗାରୀ । କରୋନା ବେଳେ ଠକି ଥିବା ସରକାରଙ୍କୁ ଜନତା ଦେବେ ଜବାବ୍ । 

ସେହିପରି ବେରୋଜଗାରକୁ ନେଇ ସେ କହିଛନ୍ତି ୩୦ ଲକ୍ଷ ଓଡ଼ିଆ ଲୋକ ରାଜ୍ୟ ବହାରେ କାମ କରୁଛନ୍ତି । ତିର୍ତୋଲ ସୁତା କଳ ବନ୍ଦ ଏବେ କାହିଁକି ନିର୍ବାଚନ ପ୍ରସଙ୍ଗ ହେଉଛି । ତିନୋଟି ଉପନିର୍ବାଚନ ବେଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରତି ଓ ପ୍ରକଳ୍ପରୁ ଗୋଟିଏ ପାଳନ ହୋଇପାରିନାହିଁ । ଲୋକେ କେମିତି ଏ ସରକାରକୁ ବିଶ୍ୱାସ କରିବେ ବୋଲି ସେ କହିଛନ୍ତି । ମୋଦି ପଠାଇଥିବା ଟଙ୍କାକୁ ଏଠି ଦୁର୍ନିତିରେ ବର୍ବାଦ କରୁଛନ୍ତି ।