କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ କ’ଣ କହୁଛନ୍ତି ଭାରତ ସରକାରଙ୍କ ଏକ୍ସପର୍ଟ, ପ୍ରଫେସର ଏମ୍ ବିଦ୍ୟାସାଗର, ଜାଣନ୍ତୁ...

Advertisment
କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ କ’ଣ କହୁଛନ୍ତି ଭାରତ ସରକାରଙ୍କ ଏକ୍ସପର୍ଟ, ପ୍ରଫେସର ଏମ୍ ବିଦ୍ୟାସାଗର, ଜାଣନ୍ତୁ...

କନକ ବ୍ୟୁରୋ : ଆସନ୍ତାକାଲି ସୁଦ୍ଧା ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଭାରତ ସରକାରଙ୍କ କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର । ତାଙ୍କ କହିବା ଆନୁସାରେ ସାରାଦେଶରେ କରୋନାର ସଂକ୍ରମଣ ଚଳିତ ସପ୍ତାହ ଶେଷ ସୁଦ୍ଧା ନିମ୍ନଗାମୀ ହେବ । ସେହିପରି ଚଳିତମାସ ଶେଷ ସୁଦ୍ଧା କରୋନାର ପ୍ରକୋପ କମିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କିନ୍ତୁ ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ସମୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ ।
- ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏହାର ଶୀର୍ଷରେ ପହଂଚିସାରିଛି
- ଏହା ଆଖପାଖ ରାଜ୍ୟରେ ଖୁବଶୀଘ୍ର ଶୀର୍ଷ ଛୁଇଁପାରେ ସଂକ୍ରମଣ
- ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଶୀର୍ଷକୁ ଛୁଇଁବ
- ପ୍ରଥମ ଲହରରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବାକୁ ପ୍ରାୟ ସାଢେ ୩ ମାସ ଲାଗିଥିଲା
- ଦ୍ୱିତୀୟ ଲହରରେ ସଂକ୍ରମଣର ଗତି ଖୁବ ଦ୍ରୁତ ରହିଥିବା ଦେଖାଯାଉଛି
- ଏପ୍ରିଲ ପହିଲା ବେଳକୁ ଦୈନିକ ସଂକ୍ରମଣ ୭୫ ହଜାର ରହିଥିଲା
- ଗୋଟିଏ ମାସ ପରେ ଏହା ୪ ଲକ୍ଷରୁ ଅଧିକ ସ୍ତରକୁ ଛୁଇଁଗଲା
- ମେ’ ଶେଷ ବେଳକୁ ଦେଶରେ ୧.୨ ଲକ୍ଷ ରହିପାରେ ଦୈନିକ ସଂକ୍ରମଣ

ଏବେ ନଜର ପକାନ୍ତୁ ବିଶ୍ୱର କେଉଁ ଦେଶରେ କେତେ ଦିନରେ ଶୀର୍ଷ ଛୁଇଁଥିବା କରୋନା ଦ୍ୱିତୀୟ ଲହରର ସଂକ୍ରମଣ ।

- ଇଟାଲିରେ ଗତବର୍ଷ ଅଗଷ୍ଟ ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା କରୋନାର ଦ୍ୱିତୀୟ ଲହର
- ୯୦ ଦିନର ବ୍ୟବଧାନ ପରେ ଇଟାଲିରେ ଶୀର୍ଷ ଛୁଇଁଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ
- ସ୍ପେନରେ ଜୁଲାଇ ଶେଷ ଆଡକୁ ଶୀର୍ଷରେ ପହଂଚିଥିଲା କରୋନା ଦ୍ୱିତୀୟ ଲହରର ସଂକ୍ରମଣ
- ସ୍ପେନରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ପ୍ରାୟ ୧୧୦ ଦିନ ଧରି ରହିଥିଲା
- ଆମ ଦେଶରେ ଫେବ୍ରୁଆରୀ ଶେଷ ଭାଗରେ ଅନୁଭୂତ ହେଲା ଦ୍ୱିତୀୟ ଲହରର ପ୍ରକୋପ
- ୬୦ ଦିନରୁ ଅଧିକ ହେଲାଣି ଭାରତରେ ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe