କନକ ବ୍ୟୁରୋ: ବିଜେଡି ପରେ ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଜେପି ନଡ୍ଡା, ଅମିତ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଳମ୍ବିତ ରାତି ଯାଏଁ କୋର କମିଟି ବୈଠକରେ ଆଲୋଚନା କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତ ବିଧାନସଭା ଆସନ ଉପରେ ପ୍ରାୟ ୫ଘଣ୍ଟା ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି । ବୈଠକ ପରେ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଚୁଡାନ୍ତ ହୋଇଥିବା କୁହାଯାଉଛି ।
ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ୨୧ ଲୋକସଭା ଆସନରୁ ବିଜେପି ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ୩ ଲୋକସଭା ଆସନକୁ କିଏ କାହାକୁ ମିଳୁଛି ଟିକେଟ ତାହା ଉପରେ ନଜର ରହିଛି । ଗତକାଲି ଦଳର ମିଶିଥିବା ସିଦ୍ଧାନ୍ତ ମହାପାତ୍ର, ଭର୍ତୃହରି ମହତାବ, ଦମୟନ୍ତୀ ବେଶ୍ରାଙ୍କ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/9-34.jpg)