କେବେ ସିଲ ହେବ ବିଜେଡି ଅଫିସ ? ବିଜେଡି ନେତାଙ୍କ ନାଁରେ କେବେ ନୋଟିସ ହେବ ? ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ସାଂସଦ । ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର ବୋଲି କହିଲେ ଅପରାଜିତା

202

କନକ ବ୍ୟୁରୋ : ବିଜେପି ସାସଂଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ୍ । ଅଫିସ ସିଲ ହେବା ପରେ ପ୍ରେସମିଟ କଲେ ଅପରାଜିତା । ପ୍ରଶ୍ନ କଲେ, ବିଜେଡି ପାର୍ଟି ଅଫିସ କେବେ ସିଲ ହେବ ? ବିଜେଡି ନେତାଙ୍କ ନାଁରେ କେବେ ନୋଟିସ ହେବ ? ଏନେଇ ଦିନେ କିମ୍ବା ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଲେ ଅପରାଜିତା । ନିୟମ ଭାଙ୍ଗୁଥିବା ବିଜେଡି ନେତାଙ୍କ ଉପରେ କେତେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଲେ ପ୍ରଶ୍ନ ? ୧୫ ଦିନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର ।

୧୫ ଦିନ ମଧ୍ୟରେ ଉତର ନମିଳିଲେ ପୁଣି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଲେ ଅପରାଜିତା । ଯଦି କୌଣସି ପାତରଅନ୍ତର ଥିବା ତେବେ ଉତର ମିଳିବ ନାହିଁ ବୋଲି କହିଲେ ଅପରାଜିତା । ଲୋକଙ୍କ ପାଇଁ ସବୁବେଳେ କାମ କରିବାକୁ ଇଚ୍ଛା ରଖିଛି ତେଣୁ କୌଣସି ବାଧା ବିକାଶ କାମକୁ ଅଟକାଇପାରିବ ନାହିଁ ବୋଲି କହିଲେ ଅପରାଜିତ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୮ରେ ମୋର ଜନ୍ମଦିନ ଥିଲା । ୭ରେ ଦିଲ୍ଲୀରୁ ଫେରିବା ବେଳେ ଏୟାରପୋର୍ଟରେ ଅନେକ ପ୍ରଂଶସକ ଥିଲେ । କୁଆଡୁ ଏତେ ପ୍ରଶଂସକ ଆସିଲେ ତାହା ମତେ ଜଣାନାହିଁ ।

ଜନ୍ମଦିନ ପାର୍ଟିରେ ମୁଁ ଅଧିକ ଭାବନାତ୍ମକ ହୋଇ ପଡିଥିଲି । କିଛି ସମୟ ମାସ୍କ ବାହାର କରିଥିଲି କିନ୍ତୁ ପରେ ପିନ୍ଧିଥିଲି । କୌଣସି ପ୍ରକାର କୋଭିଡ ନିୟମ ଉଲଙ୍ଘନ ହୋଇନାହିଁ । ଲୋକଙ୍କ ସେବା ମୋର ମୂଳ ଲକ୍ଷ୍ୟ । ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟ ନହେଉ । ବିଜେଡି ବିରୋଧେ ପାଲଟା ଅଭିଯୋଗ ଆଣିଲେ ଅପରାଜିତା । ପରୋକ୍ଷରେ ନବୀନଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ଅପରାଜିତା । ବିଜେଡିର କେତେ କାର୍ଯ୍ୟକ୍ରମର ଉଦାହରଣ ଦେଇ ଅଭିଯୋଗ ଆଣିଲେ ବିଜେପି ସାଂସଦ । କହିଲେ, ମହାରଥୀଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ସାମିଲ ଥିଲେ ମନ୍ତ୍ରୀ ସମୀର ଦାଶ । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି କୌଣସି ବାଧା ରୋକି ପାରିବ ନାହିଁ ।