କେବେ ଶେଷ ହେବ ଆନ୍ଧ୍ର-ଓଡ଼ିଶାର ସମ୍ପର୍କ ସେତୁ? ବହୁ ପ୍ରତିକ୍ଷିତ ପୋଲୁର ବ୍ରିଜ ନିର୍ମାଣ କାମକୁ ନେଇ ପ୍ରଶ୍ନ

କେବେ ଶେଷ ହେବ ଆନ୍ଧ୍ର-ଓଡ଼ିଶାର ସମ୍ପର୍କ ସେତୁ? ବହୁ ପ୍ରତିକ୍ଷିତ ପୋଲୁର ବ୍ରିଜ ନିର୍ମାଣ କାମକୁ ନେଇ ପ୍ରଶ୍ନ

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ପୋଲୁର ବ୍ରିଜ କାମ ସରିବ କେବେ । ଆନ୍ଧ୍ର ଓଡ଼ିଶା ଭିତରେ ସଂପର୍କର ସେତୁ ଭାବରେ ପରିଚିତ ପୋଲୁର ବ୍ରିଜ କାମ ସରିବା ନେଇ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ସଦରମହକୁମା ଠାରୁ ମାତ୍ର ୩୦ କିମି ଦୂରରେ ରହିଛି ମାନ୍ୟମକୋଣ୍ଡା ପଂଚାୟତର ପୋଲୁର ଗାଁ । ଅପରପାଶ୍ୱର୍ରେ ଆନ୍ଧ୍ରପ୍ରଦେଶ ରହିଥିବାବେଳେ ଏପଟେ ରହିଛି ଓଡ଼ିଶା ଗାଁ । ମଝିରେ ପ୍ରବାହିତ ହେଉଛି ସିଲେରୁ ନଦୀ । ଏହି ସିଲେରୁ ନଦୀରେ ବହୁ ପ୍ରତୀକ୍ଷିତ ନିର୍ମାଣ ହେବାକୁ ଯାଉଛି ପୋଲୁର ବ୍ରିଜ । ୨୦୨୦ ମସିହାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ବ୍ୟୟରେ ୨ଶହ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜରେ ୭ ଗୋଟି ପିଲର ସହ ୮ ଗୋଟି ସ୍ପାନ ନିର୍ମିତ ହେବାକୁ ଥିବା ଏହି ବ୍ରିଜର ନିର୍ମାଣ କାମ ଏତେ ମନ୍ଥର ଗତିରେ ଚାଲିଛି ।

୩ ବର୍ଷରେ ମାତ୍ର ୨ଟି ପିଲାର କାମ ସଂପୂର୍ଣ୍ଣ ହୋଇପାରିଛି । ଅନ୍ୟ କାମ କଥା କହିବା ନ କହିଲେ ଭଲ । ଠିକାସଂସ୍ଥା ମାତ୍ର ଅଳ୍ପ କେତେକ ଶ୍ରମିକଙ୍କୁ ନେଇ ଏତେ ବଡ଼ ବ୍ରିଜ କାମ କରୁଥିବାରୁ ଏହି ବ୍ରିଜ କାମ ସଂପୂର୍ଣ୍ଣ ହେବାକୁ ଆହୁରି କେତେ ବର୍ଷ ଲାଗିବ ତାହା କହିହେବ ନାହିଁ । ଅନ୍ୟପକ୍ଷେ ଡିଜାଇନରେ ବାରମ୍ବାର ପରିବର୍ତନ ଯୋଗୁଁ ନିର୍ମାଣରେ ବିଳମ୍ବ ହେବା ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯଦି ଠିକା ସଂସ୍ଥା କାମ କରିପାରୁନାହିଁ ତେବେ ବିଭାଗ ଅନ୍ୟ କାହାକୁ କାମ ଦେଇ ସଂପୂର୍ଣ୍ଣ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିବା ଆରମ୍ଭ କଲେଣି । ଏହାସହ ନିମ୍ନମାନର ବ୍ରିଜ୍ କାମ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଗକୁ ବର୍ଷାଦିନ ଥିବାରୁ ବ୍ରିଜ୍ ନହେବା କାରଣରୁ ଲୋକଙ୍କ ପଇଁ ସମସ୍ୟାର କାରଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe