କନକ ବ୍ୟୁରୋ: ଓଡିଶାର ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ । ନିର୍ବାଚନ ବିଗୁଲ ବାଜି ସାରିବା ପରେ ମଧ୍ୟ ଏ ଦ୍ୱନ୍ଦ୍ୱ ହଟୁନାହିଁ । ଉଭୟ ଦଳର ନେତା କହୁଛନ୍ତି ମେଣ୍ଟ ସଂପର୍କରେ ନିଷ୍ପତ୍ତି ଶୀର୍ଷ ନେତା ନେବେ । କିନ୍ତୁ ଶୀର୍ଷ ନେତା କୌଣସି ମତ ରଖୁନଥିବା ବେଳେ ଆଶା ଆଶଙ୍କାରେ ରହୁଛନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଟିକେଟ ଆଶାୟୀ, ନେତା ଓ କର୍ମୀ ।
ଅନ୍ୟପଟେ ଚାଲିଛି ବିଜେପିର ଟିକେଟ୍ କସରତ । ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ । ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ହେଉଛି ଘନଘନ ବୈଠକ । ତେବେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ନିର୍ବାଚନ ପାଇଁ ଦଳ ପୂର୍ଣ୍ଣ ପ୍ରସ୍ତୁତି ଥିବା ଦମ୍ଭୋକ୍ତି କରିଛନ୍ତି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/3-22.jpg)