କେବେ ହେବ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ? କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଲେ ଜବାବ

228

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର କହିଛନ୍ତି ଯେ, କେନ୍ଦ୍ର ସରକାର କୁସ୍ତି ଖେଳାଳୀଙ୍କ ପ୍ରସଙ୍ଗରେ ସମ୍ବେଦନଶୀଳତାର ସହ ସମ୍ଭାଳିବାକୁ ଯୋଜନା କରିଛନ୍ତି । ଦିଲ୍ଲୀ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବା ପରେ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୁସ୍ତି ଖେଳାଳୀଙ୍କ ପ୍ରଦର୍ଶନକୁ ନେଇ ବିରୋଧୀ ଦଳ ଏକତରଫା କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ବିରୋଧୀ ଦଳର ପ୍ରମୁଖ ନେତାମାନେ ଏହାକୁ ନେଇ ଜୋରଦାର ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଅନେକ ନେତା ଧାରଣାସ୍ଥଳରେ କୁସ୍ତି ଖେଳାଳୀଙ୍କ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା ।

କୁସ୍ତି ଖେଳାଳୀଙ୍କ ସମର୍ଥନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନେକ ବିରୋଧୀ ଦଳ ବାହାରିଛନ୍ତି । ଗୁରୁବାର ଦିଲ୍ଲୀର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୃଷକ ମୋର୍ଚ୍ଚା ଏହାକୁ ନେଇ ସାରା ଦେଶରେ ପ୍ରଦର୍ଶନ କରିବା ନେଇ ପ୍ରସ୍ତୁତି ଯୋରଦାର କରୁଛି । କୁସ୍ତି ଖେଳାଳୀମାନେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣିଥିଲେ । ସେମାନେ ଶୀଘ୍ର ଗିରଫ କରିବାକୁ ଅନେକ ଦିନ ଧରି ଜନ୍ତରମନ୍ତରରେ ଧାରଣା ଜାରିରଖିଥିଲେ ।