କନକ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଇଣ୍ଡଷ୍ଟ୍ରୀଆଲ କରିଡରକୁ ସଯୋଗ କରୁଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ । ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା । ଛ ବର୍ଷ ଧରି ଚାଲିଛି ମରାମତି ଓ ପ୍ରଶସ୍ଥି କରଣ କାମ । ଲୋକେ ଭେଗୁଛନ୍ତି ଦୁର୍ଦ୍ଦଶା ।

Advertisment

ଯାଜପୁର ଚଣ୍ଡିଖୋଲ-ଡୁବୁରୀ ରାସ୍ତା । ରାସ୍ତାରେ କେଉଁଠି ଆଣ୍ଠୁଏ ଖାଲ ହୋଇ ପାଣି ଜମା ହୋଇଛି ତ ଆଉ କେଉଁଠି ଧୂଳି ଗଦା ହୋଇ ରହିଛି । ଅଳ୍ପ ପବନ ହେଲେ ଡଷ୍ଟ ଉଡି ପଥଚାରୀଙ୍କ ଦୁଃଖ ବଢାଉଛି । ବନ୍ଦର ନଗରୀ ପାରାଦୀପ-ଓ ଶିଳ୍ପ ନଗରୀ ଦୈତାରୀ ରାସ୍ତାର ଏହା ହେଉଛି ଅଂଶ ବିଶେଷ । ତେବେ ଏହି ଜାତୀୟ ରାଜପଥର ପ୍ରଶସ୍ଥିିକରଣ କାମ ଧିମେଇ ଯାଇଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ୁଖୀ ହେଉଛନ୍ତି ।

ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ୪୦ କିଲୋମିଟର ରାସ୍ତାର ପ୍ରଶସ୍ଥିିକରଣ କାମ ୬ ବର୍ଷ ହେଲା ଚାଲିଛି । ଗେମନ ଇଣ୍ଡିଆ ଠିକା ସଂସ୍ଥା ଏହି କାମ ନେଇଥିବା ବେଳେ ଛୋଟ ଛୋଟ ଠିକା ସଂସ୍ଥା ହାତରେ ଟେକିଦେଇ ବସିରହିଛି । ଠିକାଦାରଙ୍କ ଠିକା ସଂସ୍ଥା ମନଇଛା କାମ କରୁଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି । ପ୍ରତିଦିନ ଦୁର୍ଘଟଣାରେ ଧନ ଜୀବନ ହାନି ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ନଜର ଦେଉନଥିବା ଅଭିଯୋଗ ହୋଇଛି ।