କନକ ବ୍ୟୁରୋ : ଆଜି ରାକ୍ଷୀ ପୂର୍ଣ୍ଣିମା । ଦିନ ୧୧ଟା ୨୨ ପରଠୁ ଆସନ୍ତାକାଲି ସକାଳ ୭ଟା ୫୯ ପର୍ଯ୍ୟନ୍ତ ରହିଛି ପୂର୍ଣ୍ଣମୀ ତିଥି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଭଦ୍ରାକାଳ । ତେଣୁ ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେମିତି ବିବାହ, ବ୍ରତ, ଭୂମିପୂଜା ଆଦି କରାଯାଏ ନାହିଁ । ତେଣୁ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କିଛି ବିଶାରଦ ମତ ରଖୁଛନ୍ତି ।

Advertisment

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ବିନା ସଂକୋଚରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ । ଜ୍ୟୋତିର୍ବିଦ୍ କହିଛନ୍ତି ଓଡ଼ିଶାର ଉପକୂଳ ଜିଲ୍ଳାରେ ମୁଖ୍ୟତଃ ଜଗନ୍ନାଥ ପାଞ୍ଜି ଅନୁସାରେ, ମାଙ୍ଗଳିକ କାର୍ଯ୍ୟ ହୋଇଥାଏ ।

ତେଣୁ ଆଜି ରାକ୍ଷୀ ପୂର୍ଣ୍ଣମୀରେ ଦିନଯାକ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିପାରିବେ । ଗହ୍ମାପୂର୍ଣ୍ଣମୀ ଏବଂ ବଳଭଦ୍ର ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇପାରିବ । ସେପଟେ ଉକ୍ରଳରେ ଦିନେ ଏବଂ ଶ୍ରୀମନ୍ଦିରରେ ଦିନେ ତେଣୁ ଗୁରୁବାର, ଶ୍ରୀମନ୍ଦିରରେ ରାକ୍ଷୀ ଲାଗି କରାଯିବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା ।

ରାକ୍ଷୀ ପୂର୍ଣ୍ଣିମା ପାଇଁ ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥର ବାଲୁକା କଳାର ଥିମ୍ ରହିଛି ଚନ୍ଦ୍ରଯାନ-୩ । ଧରିତ୍ରୀ ମାତା ଭାଇ ଜହ୍ନମାମୁ ହାତରେ ରାକ୍ଷୀ ବାନ୍ଧୁଥିବାର ବାଲୁକାକଳା କରାଯାଇଛି । ବାଲୁକାକଳାରେ ଏପରି ଭିନ୍ନ ଶୈଳୀରେ ରକ୍ଷାବନ୍ଧନର କଳାକୃତି ପ୍ରଦର୍ଶିତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।