କମିଲା ପେଟ୍ରୋଲ ଓ ଡିଜେଲ ଦର : ଗ୍ୟାସ ଦର କେବେ କମିବ ସେ ଉପରେ ସମସ୍ତଙ୍କ ନଜର

Advertisment
କମିଲା ପେଟ୍ରୋଲ ଓ ଡିଜେଲ ଦର : ଗ୍ୟାସ ଦର କେବେ କମିବ ସେ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ : କମିଲା ପେଟ୍ରୋଲ ଓ ଡିଜେଲ ଦର । କେବେ କମିବ ଗ୍ୟାସ ଦର ସେନଇ ସମସ୍ତଙ୍କ ନଜର ରହିଛି । ଗ୍ୟାସ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ସବସିଡି ଗ୍ୟାସ ସିଲିଣ୍ଡର ପିଛା ଦର ରହିଛି ୯୨୬ଟଙ୍କା । ସେହିପରି ଅଣ ସବସିଡି ଗ୍ୟାସ ଦର ୧୯ ଲିଟର ପିଛା ରହିଛି ୨୧ଶହ ଟଙ୍କା । ରାଜଧାନୀ ଦିଲ୍ଲୀରେ ସବସଡି ଗ୍ୟାସ ଦର ୮୯୯ ଟଙ୍କା ରହିଥିବା ବେଳେ ଅଣସବସିଡି ଗ୍ୟାସ ଦର ରହିଛି ୨୦୫୦ଟଙ୍କା ।

ନିକଟରେ କମର୍ସିଆଲ୍‌ ଏଲ୍‌ପିଜି ଦାମ୍‌ ୨୬୬ ଟଙ୍କା ବୃଦ୍ଧି ପାଇଛି । କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ବାହାରେ ଖାଇବା ମହଙ୍ଗା ହେବ । କାରଣ ଏହି ସିଲିଣ୍ଡରକୁ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ବ୍ୟବହାର କରୁଛନ୍ତି । ଏକାଥରେ ସିଲିଣ୍ଡର ଦାମ୍‌ରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ସେମାନଙ୍କ ଖର୍ଚ୍ଚ ବଢ଼ାଇବ । ତାହାକୁ ଭରଣା କରିବା ଲାଗି ହୋଟେଲ୍ ଓ ରେ‌ସ୍ତୋରାଁଗୁଡ଼ିକ ଖାଦ୍ୟ ଦାମ୍ ବଢ଼ାଇପାରିବ ବୋଲି ଅନୁମାନ କରାଯାଉଛି ।

ଘରେ ଘରେ ବ୍ୟବହାର ହେଉଥିବା ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍ ଯଦିଓ ବଢ଼ିନାହିଁ, କିନ୍ତୁ ତାହାର ଦାମ୍ ଏବେ କେତେକ ସ୍ଥାନରେ ୯୬୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି । ଅନେକ ପରିବାର ସିଲିଣ୍ଡର କିଣିବା ବେଳେ କଷ୍ଟ ଅନୁଭବ କରୁଛନ୍ତି । ଯେହେତୁ ଆନ୍ତର୍ଜାତିକ ବଜାରରେ ଟନ୍ ପିଛା ଏଲ୍‌ପିଜି ଦାମ୍ ୮୦୦ ଡଲାରରୁ ଉଚ୍ଚ ସ୍ତରରେ ରହିଛି ତେଣୁ ନିକଟ ଭବିଷ୍ୟତରେ ଦାମ୍ ହ୍ରାସ ପାଇବାର ସମ୍ଭାବନା ନାହିଁ ବୋଲି କୁହାଯାଇପାରିବ ।  କୁହାଯାଉଛି ଯେ ଦୀପାବଳି ଥିବାରୁ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ ବୃଦ୍ଧି କରାଯାଇନାହିଁ । ଚଳିତ ମାସର ଦ୍ବିତୀୟ ପକ୍ଷରେ ଏହାର ଦାମ୍ ବଢ଼ିବାର ଆଶଙ୍କା ରହିଛି ।

ଏବେ ‌ଦେଶର ତିନି ସରକାର ତୈଳ କଂପାନି ଇଣ୍ଡିଆନ ଅଏଲ୍‌, ଏଚ୍‌ପି ଓ ବିକି ବଜାର ଦାମ୍‌ ଠାରୁ କମ୍ ମୂଲ୍ୟରେ ଏଲ୍‌ପିଜି ବିକ୍ରି କରୁଥିବାରୁ କ୍ଷତି ସହୁଛନ୍ତି । ‌ଯେହେତୁ ଏଲ୍‌ପିଜି ଉପରେ ସରକାର କଂପାନିଗୁଡ଼ିକୁ ସବ୍‌ସିଡି ଦେଉନାହାନ୍ତି ତେଣୁ କ୍ଷତି ଭରଣା ଲାଗି ସେମାନଙ୍କ ପାଖରେ ଦରବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ତେଲେଙ୍ଗାନା ଏଲ୍‌ପିଜି ବିତରକ ସଂଘର ସଭାପତି କେ ଜଗନ ମୋହନ ରେଡ୍ଡି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe