କନକ ବ୍ୟୁରୋ: ଆଇପିଏଲ ୨୦୨୧ରେ ଚେନ୍ନାଇ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏହାସହ ଚେନ୍ନାଇ ପ୍ଲେ ଅଫରେ ମଧ୍ୟ ପ୍ରବେଶ କରି ସାରିଛି । ହେଲେ ଏହାରି ଭିତରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଧୋନୀ କେବେ ଚେନ୍ନାଇ ପାଇଁ ଶେଷ ମ୍ୟାଚ ଖେଳିବେ ଏହାର ଖୁଲାସା କରିଛନ୍ତି ।
ମଙ୍ଗଳବାର ଇଣ୍ଡିଆ ସିମେଣ୍ଟର ଏକ କାର୍ଯ୍ୟକ୍ରମରେ ଧୋନୀ ଯୋଗ ଦେଇ ଏହି ବିଷୟରେ କହିଛନ୍ତି, ଯଦି ଫେଲୱେଲ କଥା କହିବା ଯେବେ ଲୋକମାନେ ମତେ ଦେଖିବାକୁ ଆସିବେ ସେବେ ଯାଇ ମୋ ଫେରୱେଲ ହେବ । ଆଉ ମୋ ଶେଷ ମ୍ୟାଚ ମୁଁ ଚେନ୍ନାଇରେ ହିଁ ଖେଳିବାକୁ ଚାହୁଁଛି । କାରଣ ଫ୍ୟାନମାନେ ମତେ ସେହିଠି ହିଁ ଦେଖନ୍ତୁ ।
ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ହେଲେ ଏବେ ଯାଏଁ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ତେବେ ନିଜ ଫର୍ମକୁ ନେଇ ଚିନ୍ତିତ ଥିବା ଧୋନୀ କେବେ ଆଇପିଏଲରୁ ଅବସର ନେବେ ତାକୁ ନେଇ ଚର୍ଚ୍ଚା ହେଉଛି । ଏଥର ଆଇପିଏଲ ତାଙ୍କର ଶେଷ ଆଇପିଏଲ ବୋଲି କୁହାଯାଉଛି । ହେଲେ ଏନେଇ ସେ କୌଣସି ଖୁଲାସା କରିନାହାନ୍ତି ।