ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ପିକ୍ ? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆକଳନ, ଚଳିତ ମାସ ଶେଷ ସୁଦ୍ଧା ଦେଶରେ କମିବ ସଂକ୍ରମଣ ।

1,111

କନକ ବ୍ୟୁରୋ : ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ଶୀର୍ଷ । କରୋନା ଏକପ୍ରକାର ତାଣ୍ଡବ ରଚିଥିବା ବେଳେ ସମସ୍ତଙ୍କ ମନରେ ଏପରି କିଛି ପ୍ରଶ୍ନ । କେବେ ସରିବ ଏହି ଦ୍ୱିତୀୟ ଲହର, କେବେ କମିବ ସଂକ୍ରମଣ । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଣକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ସାରା ଭାରତରେ ସଂକ୍ରମଣ କମିବ ।

କେବେ ଆସିବ ଦେଶରେ ସଂକ୍ରମଣର ଶୀର୍ଷ ? କ’ଣ କହିଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ? ‘ଚଳିତ ମାସ ଶେଷ ସୁଦ୍ଧା ଦେଶରେ କମିବ ସଂକ୍ରମଣ’ । ଦେଶରେ କରୋନାର ଦ୍ୱିତୀୟ ଲହର ଏକପ୍ରକାର ତାଣ୍ଡବ ରଚିଥିବା ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ, କେବେ ସରିବ ଏହି ଦ୍ୱିତୀୟ ଲହର, କେବେ କମିବ ସଂକ୍ରମଣ । କେବେ ମିଳିବ ମୁକ୍ତି, ଏପରି ଆଶଙ୍କା ଓ ପ୍ରଶ୍ନକୁ ନେଇ ମନକୁ ଆନ୍ଦୋଳିତ କରୁଥିବା ବେଳେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଗୁଲେରିଆ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ଦେଶରେ ସଂକ୍ରମଣ କମିବ ।

ଗୁଲେରିଆଙ୍କ କହିବା କଥା ଦେଶର ଅଲଗା ଅଲଗା ଜାଗାରେ ଭିନ୍ନ ସମୟରେ ସଂକ୍ରମଣର ଶୀର୍ଷ ଆସିବ । ଆଉ ଏବେ ଲାଗୁଛି ଯେପରିକି ମହାରାଷ୍ଟ୍ରରେ ସଂକ୍ରମଣର ଶୀର୍ଷ ଆସି ଯାଇଛି । ସାରା ଭାରତରେ ଏହି ମାସ ଶେଷ ସୁଦ୍ଧା ସଂକ୍ରମଣ କମିବ ବୋଲି ମୋର ବିଶ୍ୱାସ ପଶ୍ଚିମ ଭାରତରେ କରୋନା ସଂକ୍ରମଣ କମିବା ଆରମ୍ଭ କଲାଣି । ତେବେ କେନ୍ଦ୍ର ଭାରତରେ ସ୍ଥିତି ସୁଧୁରିବାରେ ଆଉ କିଛି ଦିନ ଲାଗିବ, ଏହି ମାସ ମଝି ଭିତରେ ଶୀର୍ଷ ଆସିବାର ସମ୍ଭାବନା ରହିଛି ।

ତେବେ ପୂର୍ବ ଭାରତରେ କିପରି ସଂକ୍ରମଣ ନବଢ଼ିବ, ତାହା ଉପରେ ନଜର ରଖିବାକୁ ପଡ଼ିବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି । ଆସାମ ଓ ପଶ୍ଚିମବଙ୍ଗରେ ମାମଲା ବଢ଼ିବାରେ ଲାଗିଲାଣି । ଦ୍ୱିତୀୟ ଲହର ବିଷୟରେ ସେ କହିଛନ୍ତି ଯେ, ଏହାକୁ ନେଇ ପୂର୍ବାନୁମାନ କରାଯାଇଥିଲା, ହେଲେ ଏତେ ମାତ୍ରାରେ କେସ୍ ଆସିବ କେହି ଭାବି ନଥିଲେ । ଦ୍ୱିତୀୟ ଲହରରେ ଅତ୍ୟଧିକ ସଂକ୍ରମଣ ଯୋଗୁଁ ଏପରି ସଂଗୀନ ଅବସ୍ଥା ଉପୁଜିଲା ।

ଦେଶରେ ତୃତୀୟ ଲହର ମଧ୍ୟ ଆସିବାର ସମ୍ଭାବନା ରହିଛି, କିନ୍ତୁ ତୃତୀୟ ଲହର ଦ୍ୱିତୀୟ ଲହର ଭଳି ଭୟଙ୍କର ହେବନି ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । ପ୍ରଥମ ଓ ଲହର ସ୍ଥିତିରୁ ଆମକୁ ମିଳିଥିବା ଶିକ୍ଷାକୁ ତୃତୀୟ ଲହରର ମୁକାବିଲା ପାଇଁ ବ୍ୟବହାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।