କନକ ବ୍ୟୁରୋ: ଛୋଟ ପିଲାଙ୍କୁ କେବେ ଦିଆଯିବ କରୋନା ଭ୍ୟାକସିନ, ଏନେଇ ଆସନ୍ତା ୨ ସପ୍ତାହ ଭିତରେ ହେବ ଜରୁରୀ ବୈଠକ । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ ବା ଟିକାକରଣର ବୈଶୟିକ କମିଟିର ବୈଠକରେ ପିଲାଙ୍କ ଟିକାକରଣ ନେଇ ହୋଇପାରେ ନିଷ୍ପତି । ଦୀର୍ଘ ଦିନ ଧରି ଛୋଟ ପିଲାଙ୍କୁ ଭ୍ୟାକସିନ ଦିଆଯିବାନେଇ ଚର୍ଚା ହୋଇଆସୁଥିବାବେଳେ ଖୁବଶୀଘ୍ର ନିଷ୍ପତି ଆସିପାରେ ।
ବୈଠକରେ ସରକାରଙ୍କ ସର୍ବୋଚ୍ଚ ପରାମର୍ଶଦାତା ଉପସ୍ଥିତ ରହି ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବେ । ତେବେ ବିଭିନ୍ନ ରୋଗରେ ପୀଡିତ ଥିବା ପିଲାଙ୍କ ପାଇଁ ଟିକାକରଣ ଜାନୁଆରୀରୁ ଆରମ୍ଭ ହେଇପାରେ ବୋଲି ସୂଚନା ମିଳିଛି । ସେହିପରି ମାର୍ଚ ସୁଦ୍ଧା ଅନ୍ୟ ସମସ୍ତେ ଟିକାକରଣ ଯୋଗ୍ୟ ହେବେ ବୋଲି ଜଣାପଡିଛି ।
ଅନ୍ୟପଟେ ବୟସ୍କ ଲୋକଙ୍କୁ ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ୍ ଦେବା ଦିଗରେ ମଧ୍ୟ ବ୍ୟାପକ ଯୋଜନା ବିଷୟରେ ବୈଠକରେ ଆଲୋଚନା କରିବେ ଟିକାକରଣ ବୈଷୟିକ ପରାମର୍ଶଦାତା ଗ୍ରୁପ । ବର୍ତମାନ ପରିସ୍ଥିତିରେ ଛୋଟ ପିଲାଙ୍କୁ ଯଥାଶୀଘ୍ର ଟିକାଦାନ କରିବା ପାଇଁ ବିଭିନ୍ନ ଦିଗରୁ ଦାବି କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/children-vaccines-india-covid-19-e1634890155147.jpeg)