କନକ ବ୍ୟୁରୋ: ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମସ ଏବଂ ତାଙ୍କର ସହଯୋଗୀ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ତେଣୁ ପୃଥିବୀକୁ ଫେରି ପାରୁନାହାନ୍ତି । ଜୁନ୍ ୨୬ ତାରିଖରେ ସୁନିତା ପୃଥିବୀପୃଷ୍ଠକୁ ଫେରିବାର ଥିଲା । ନାସାର ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍ମୋଙ୍କ ସହ ମୋଟ୍ ସାତ ଜଣ ଏବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି ।
ପୃଥିବୀକୁ କୌଣସି ନିର୍ଦ୍ଦିଷ୍ଟ ପ୍ରତ୍ୟାବର୍ତ୍ତନ ତାରିଖ ନାହିଁ । ବୋଇଂର ଷ୍ଟାରଲାଇନର ମହାକାଶଯାନରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା କାରଣରୁ ସେମାନଙ୍କ ଫେରିବାକୁ ଅନେକ ଥର ସ୍ଥଗିତ ରଖାଯାଇଛି । ଉଭୟ ନାସା ଏବଂ ବୋଇଂ ଆଶ୍ୱାସନା ଦେଇଛନ୍ତି ଯେ ଅଗଷ୍ଟ ଅଧା ପର୍ଯ୍ୟନ୍ତ ଆଇଏସଏସରେ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି । ଷ୍ଟେସନ ଅପରେସନରେ ସାହାଯ୍ୟ କରୁଛି । ଏବେ ଏମାନେ ଫେରିବାର କୌଣସି ନୂଆ ତାରିଖ ନାସା ପକ୍ଷରୁ ପ୍ରକାଶ କରାଯାଇନାହିଁ । ସୂଚନା ଅନୁଯାୟୀ, ଷ୍ଟାରଲାଇନର ମହାକାଶଯାନରେ ୫ଟି ହିଲିୟମ ଲିକ୍ ଚିହ୍ନଟ ହେବା ପରେ ଏବଂ ଏହାର ୨୮ଟି ଥ୍ରଷ୍ଟର ମଧ୍ୟରୁ ୫ଟି ସମସ୍ୟାର ସମ୍ମୁଖୀନ ହୋଇଛି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଅତି କମରେ ୧୪ଟି ଥ୍ରଷ୍ଟର ର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/13-26.jpg)