କନକ ବ୍ୟୁରୋ : ଆଧୁନିକ ଭାରତର ନିର୍ମାତା ତଥା ଜଣେ ଦକ୍ଷ ନେତା ଭାବେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ପୂରା ଦେଶ ମନେ ପକାଉଛି । ୯୫ ତମ ଜନ୍ମଜୟନ୍ତୀରେ ଯୋଗଜନ୍ମା ବାଜପେୟୀଙ୍କୁ ସାରା ଦେଶ ଝୁରୁଛି । ସାଥୀରେ କାମ କରିଥିବା ବ୍ୟକ୍ତି ହୁଅନ୍ତୁ ବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଅବା ସାଧାରଣ ଲୋକଟିଏ, ବାଜପେୟୀଙ୍କ ପୁରୁଣା ସ୍ମୃତିକୁ ରୋମନ୍ଥନ କରୁଛନ୍ତି । ଆଉ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛରେ ପଡନ୍ତେ ବା କିପରି ।
ବାଜପେୟୀଙ୍କ ୯୫ ତମ ଜନ୍ମଜୟନ୍ତୀରେ ଏକ ପୁରୁଣା ଫଟୋ ସେୟାର କରି ଅନେକ ସ୍ମୃତିକୁ ତାଜା କରିଛନ୍ତି ଧର୍ମେନ୍ଦ୍ର । ୧୯୯୧-୯୨ ମସିହାର ଏହି ଧଳା ଓ କଳାର ଫଟୋରେ ଯେ ରଙ୍ଗୀନ ଓଡିଶାର ସ୍ୱପ୍ନ ଲୁଚି ରହିଥିଲା ତାହା ହୁଏତ କେହି କଳ୍ପନା କରିନଥିଲେ । କାରଣ ଫଟୋରେ ବାଜପେୟୀଙ୍କ ବ୍ୟତୀତ ସେତେବେଳର ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ଜଣେ ଆଧୁନିକ ଭାରତର ନିର୍ମାତା ତ ଆଉ ଜଣେ ଓଡିଶା ବିକାଶର ବିନ୍ଧାଣୀ ।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି । ଫଟୋଟି 1991-92 ମସିହାର । ଅଟଳଜୀ ଓଡିଶା ଆସିଥିଲେ । ପାର୍ଟି ଅଫିସରୁ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । pic.twitter.com/Sp9MWs2dLH
— Dharmendra Pradhan (@dpradhanbjp) December 25, 2019
୧୯୯୧-୯୨ ମସିହାରେ ବାଜପେୟୀ ଓଡିଶା ଗସ୍ତରେ ଆସିଥିବା ବେଳେ ଓଡିଶା ବିଧାନସଭା ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେତେବେଳେ ଓଡିଶା ବିଧାନସଭାର ବାଚସ୍ପତି ଗ୍ୟାଲେରୀରେ କିଛି ସମୟ ବସିଥିଲେ ବାଜପେୟୀ । ଆଉ ଏହାପରେ ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବିଜୁ ବାବୁ ନିଜ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କରିଥିଲେ । ଆଉ ବାଜପେୟୀ ପହଞ୍ଚିବା ପରେ ବିଜୁ ବାବୁ ତାଙ୍କୁ ପାଛୋଟି ନେଇଥିଲେ । ଏହାପରେ ଓଡିଶାର ବିକାଶ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଚାଲିଲା ଦୀର୍ଘ ସମୟର ଆଲୋଚନା । ଦୁଇ ନେତାଙ୍କ ଛିଡା ହେବାର ଭଙ୍ଗୀରୁ ଲାଗୁଥିଲା ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚାଲିଥିଲା ଜୋରଦାର ଆଲୋଚନା ।
ଏହି ଆଲୋଚନା ସମୟରେ ବିଜୁ ବାବୁଙ୍କ ସମେତ ସେ ସମୟର ବିଜେପି ବିଧାୟକ ବିକ୍ରମ କେଶରୀ ଦେବ, ଅରବିନ୍ଦ ଢାଲି ଓ ସେ ସମୟର ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଓଡିଶା ପ୍ରତି ବାଜପେୟୀଙ୍କର ଅନେକ ଅବଦାନ ରହିଛି । ବିରୋଧୀ ଦଳର ନେତା ଭାବେ ଓଡିଶାର କେବିକେ ଅଂଚଳର ଗରୀବୀ ସହ ରାଜ୍ୟର ବିଭିନ୍ନ ଅଂଚଳକୁ ବୁଲିବା ସହ ଲୋକ ମାନଙ୍କ ସହ ମିଶିବା ହେଉ ବା ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନନିର୍ମାଣ କ୍ଷେତ୍ରରେ ତାଙ୍କର ଯୋଗଦାନ ସବୁଦିନ ଓଡିଶାବାସୀ ମନେ ରଖିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Comp-11-0-00-00-00.jpg)