କନକ ବ୍ୟୁରୋ: ବର୍ଷା ନାହିଁ କି କେନାଲରେ ପାଣି ଆସୁନି । ପାଣି ନପାଇ ଶହ ଶହ ହେକ୍ଟର ଚାଷ ଜମି ଆଁ କରିଛି । ପୁରୀ ଜିଲ୍ଲା ଗୋପ ବ୍ଲକରେ ଗୋପ ଜଳସେଚନ ବିଭାଗ ଅନ୍ତର୍ଗତ ବଡ଼ତରା, ଅଚିତପୁର,ବନାଖଣ୍ଡି ପଂଚାୟତର ଶହ ଶହ ହେକ୍ଟର ଚାଷ ଜମି ଫାଟି ଆଁ କରିଛି । ଚାଷୀମାନେ ପ୍ରତି ବର୍ଷ ଜଳକର ଦେଇ ଆସୁଥିବା ବେଳେ କେନାଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଜଳ କଷ୍ଟ ଦୂର କରିବାକୁ ଚାଷୀମାନେ ଗୋପ ଜଳସେଚନ କାର୍ଯ୍ୟାଳୟକୁ ବାରମ୍ବାର ଯାଇଛନ୍ତି । ବିଭାଗୀୟ ଯନ୍ତ୍ରୀ ସଂଜୀବ ନାରାୟଣ ସାହୁ କାର୍ଯ୍ୟାଳୟକୁ ଆସୁନଥିବା ବେଳେ ଗୋପ ଚାଷୀଙ୍କ ଅଭିଯୋଗ ଅଭିଯୋଗରେ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

Advertisment

ଜଳ ସମସ୍ୟାକୁ ନେଇ ୭ ତାରିଖରେ ପିପିଲି- କୋଣାର୍କ ରାସ୍ତାର ଜୁଣେଇ ବଜାରରେ ରାସ୍ତା ଅବରୋଧ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦାଖଲ କରିଛି ଚାଷୀ । ଯେପର୍ଯ୍ୟନ୍ତ କେନାଲରେ ପାଣି ନଆସିବ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।