କନକ ବ୍ୟୁରୋ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ବିଜେଡି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ପ୍ରଚାର ଭିତରେ ସେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି, ବିଜେପି ଯଦି କ୍ଷମତାକୁ ଆସିଲା ତେବେ ମିଶନ ଶକ୍ତି, ବିଏସକେୱାଇ ବନ୍ଦ କରି ଲୋକଙ୍କୁ ହଇରାଣ କରିବ ।
ଭିକେ ପାଣ୍ଡିଆନ୍ କହିଥିଲେ କି, ଆପଣମାନେ ମନେ ରଖନ୍ତୁ ବିଜେପି ଯଦି କ୍ଷମତାକୁ ଆସେ ତେବେ ପ୍ରଥମ ଦିନରେ ମିଶନଶକ୍ତିକୁ ବନ୍ଦ କରିବା ଆପଣମାନଙ୍କୁ ପୁଣି ଥରେ ରୋଷେଇ ଘରେ ବନ୍ଦ କରି ରଖିବା ପାଇଁ ସେମାନେ ମିଶନ ଶକ୍ତିକୁ ବନ୍ଦ କରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆପଣମାନଙ୍କୁ ହଇରାଣରେ ପକାଇବେ । କାଳିଆ ଯୋଜନା ଆମେ କଲୁ ସେମାନେ ପିଏମ କିଷାନ ଯୋଜନା କଲେ, ମମତା ଯୋଜନା ଆମେ କଲୁ ସେମାନେ ମାତୃ ଯୋଜନା କଲେ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ କେନ୍ଦ୍ର ଅନୁସରଣ କରୁଛି । କେନ୍ଦ୍ରମନ୍ତ୍ରୀଙ୍କୁ ମୋର ଗୋଟିଏ ପ୍ରଶ୍ନ ଯଦି ମୁଖ୍ୟମନ୍ତ୍ରୀଙ୍କଠାରୁ ଏତେ କଥା ଶିଖୁଛନ୍ତି ତାହାଲେ ତାଙ୍କୁ ଏବେ ଅସଭ୍ୟ ଭାଷାରେ କାହିଁକି ଗାଳି କରୁଛନ୍ତି ।
ସେମାନେ କ୍ଷମତାକୁ ଆସିଲେ ଆମ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବେ । ଆମ ମୁଖ୍ୟମନ୍ତ୍ରୀ ଆପଣଙ୍କୁ ନିଜ ପରିବାର ଭାବି କାମ କରନ୍ତି । ସେ ରାଜନୀତି କରନ୍ତିନି ସେବା କରନ୍ତି । ଯାହାର ରାଜନୀତି କରିବାର ଉଦ୍ଦେଶ୍ୟ ଥିବ ସେ କେବେ ରାଜନୀତି ଜିତିପାରିବେନି । ଡରିକି ଅନ୍ୟ ଜାଗାକୁ ପଳେଇବେ ଲୋକକୁ ଭୂଆଁ ବୁଲାଇବେ । ମିଛ କଥା କହିବେ ବୋଲି କହି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।
ଆପଣମାନେ ଆଶୀର୍ବାଦ କଲେ ଆମ ମୁଖ୍ୟମନ୍ତ୍ରୀ ପୁଣି ଦାୟିତ୍ୱ ଗ୍ରହଣ କରିବେ ଆପଣଙ୍କ ସେବା କରିବେ । ଜୁନ ୯ ତାରିଖରେ ଶପଥଗ୍ରହଣ କଲା ପରେ ପ୍ରଥମ ଦସ୍ତଖତ କରିବେ ଆପଣମାନଙ୍କର ବିଜୁଳି ବିଲକୁ ଛାଡ କରିବେ । ଆଉ ବିଜୁଳି ବିଲ ଆସିବ ନାହିଁ, ବିଜୁଳି ମାଗଣାରେ ଦେବେ ନବୀନ ପଟ୍ଟନାୟକ । ଓଡିଶାର ୯୦ ପ୍ରତିଶତ ଲୋକ ମାଗଣାରେ ବିଜୁଳି ଦେବେ । ବିଜେପି ଭଳିଆ ନୁହେଁ ଦିନରେ ଲଣ୍ଠନ ଦେଖାଇଲା ଭଳିଆ ବିଜୁଳି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/05/5-19.jpg)