ବିଜେପି ସରକାର ଆସିଲେ ଖୋଲିବୁ ଶ୍ରୀମନ୍ଦିର ଚାରିଦ୍ୱାର । ସାର୍ବଜନୀନ କରିବୁ ଶ୍ରୀମନ୍ଦିର ଯାଞ୍ଚ ରିପୋର୍ଟ । ଆସ୍କାରୁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଶାହା ।

Advertisment
ବିଜେପି ସରକାର ଆସିଲେ ଖୋଲିବୁ ଶ୍ରୀମନ୍ଦିର ଚାରିଦ୍ୱାର । ସାର୍ବଜନୀନ କରିବୁ ଶ୍ରୀମନ୍ଦିର ଯାଞ୍ଚ ରିପୋର୍ଟ । ଆସ୍କାରୁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଶାହା ।

କନକ ବ୍ୟୁରୋ: ଆସ୍କାରୁ ନବୀନ ସରକାର ଉପରେ ବର୍ଷିଲେ ଅମିତ ଶାହା । ସିଧା ସିଧା ରାଜ୍ୟ ସରକାରଙ୍କୁ କଲେ ନିଶାନା । ବୁଧବାର ଆସ୍କାରେ ବିଜେପି ଚାଣକ୍ୟ ଅମିତ ଶାହା ନିର୍ବାଚନୀ ସଭା କରିବା ସହ ପଦ୍ମ ଫୁଲରେ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ଶାହା କହିଛନ୍ତି, ପରିକ୍ରମା ପ୍ରକଳ୍ପ ନାଁରେ ଏଠାକାର ସରକାର ମଠ ମନ୍ଦିର ଭାଙ୍ଗିଲେ । ଏପର୍ଯ୍ୟନ୍ତ ସେମାନେ ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲୁନାହାଁନ୍ତି । ଯାହାଫଳରେ ଭକ୍ତମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ହେଲେ ଆମ ମୁଖ୍ୟମନ୍ତ୍ରୀ ଶପଥ ନେବା ଦିନ ହିଁ ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲିଦେବୁ ବୋଲି ଶାହା କହିଛନ୍ତି ।

ଶାହା କହିଛନ୍ତି, ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ହେଉଛି । ରତ୍ନ ଭଣ୍ଡାର ସୁରକ୍ଷିତ ରହିବା ଉଚିତ୍ କି ନୁହେଁ ବୋଲି ପ୍ରଶ୍ନ କରିବା ସହିତ ରତ୍ନ ଭଣ୍ଡାରର ଅସଲ ଚାବି କେଉଁଠି? ନକଲି ଚାବି କିଏ ବନେଇଲା ଏବଂ ନକଲି ଚାବିରେ ରତ୍ନ ଭଣ୍ଡାର ଖୋଲାହେଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶାହା । ଅନ୍ୟପଟେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କଣ ହେଲା? ନବୀନ ବାବୁଙ୍କ ସରକାର କାହାକୁ ବଞ୍ଚେଇବାକୁ ଚାହୁଁଛି ବୋଲି କହିଛନ୍ତି ଶାହା ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର କେବଳ ଓଡିଶାର ନୁହେଁ ବରଂ ସାରା ବିଶ୍ୱରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଶ୍ରଦ୍ଧାର କେନ୍ଦ୍ର । ତେଣୁ ବିଜେପି ଓଡିଶାରେ ସରକାର ଗଠନର ୬ ମାସ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ବିଜେପି ସରକାର ଖୁଲାସା କରିବ ବୋଲି କହିଛନ୍ତି ଶାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe