ସବୁ ଖୋଲିଲା ହେଲେ ଖୋଲୁନି ମଠ ମନ୍ଦିର । ମନ୍ଦିର ଖୋଲିବା ଦାବିରେ ରାଜ୍ୟବ୍ୟାପୀ ସେବାୟତଙ୍କ ଦାବୀ : ଘଂଟଘଂଟା ବଜାଇ କଲେ ପ୍ରତିବାଦ

Advertisment
ସବୁ ଖୋଲିଲା ହେଲେ ଖୋଲୁନି ମଠ ମନ୍ଦିର । ମନ୍ଦିର ଖୋଲିବା ଦାବିରେ ରାଜ୍ୟବ୍ୟାପୀ ସେବାୟତଙ୍କ ଦାବୀ : ଘଂଟଘଂଟା ବଜାଇ କଲେ ପ୍ରତିବାଦ

କନକ ବ୍ୟୁରୋ : କରୋନା କାଳରେ ମନ୍ଦିର ଖୋଲିବା ପାଇଁ ତେଜୁଛି ଦାବୀ । ଆଜି ସକାଳ ୯ଟା ସମୟରେ ରାଜ୍ୟର ସମସ୍ତ ମଠ ମନ୍ଦିର ଗୁଡିକରେ କାର୍ଯ୍ୟରତ ସେବାୟତ ମାନେ ଘଣ୍ଟା ବଜାଇ ପ୍ରତିବାଦ ଜଣାଇଛନ୍ତି । ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ସବୁ ଖୋଲି ସାରିଥିବା ବେଳେ ଆମ ସରକାର ମଠ ମନ୍ଦିରସବୁ ବନ୍ଦ ରଖିଛନ୍ତି । ଗାଡି ମଟର ଚଳାଚଳ ଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ଖୋଲି ଦେଲେ ହେଲେ ଭକ୍ତ ଏବଂ ଭଗବାନ ମଧ୍ୟରେ ଦ୍ୱରତ୍ୱା ଏବେ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ।

ମନ୍ଦିର ରେ କାର୍ଯ୍ୟରତ ସେବାୟତ ବୃନ୍ଦ ଏହି ମନ୍ଦିର ରୁ ପାଉଥିବା ପ୍ରାପ୍ୟରୁ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କରୋନା କଟକଣା କୋହାଳ କରାଯାଇ ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ମନ୍ଦିର ନଖୋଲିବା ନେଇ ତାତିଛନ୍ତି ସେବାୟତ ବୃନ୍ଦ ।

ଏଣୁ ରାଜ୍ୟ ସଂଘ ପରାମର୍ଶ କ୍ରମେ ଆଜି ରାଜ୍ୟ ର ବିଭିନ୍ନ ମନ୍ଦିର ସମ୍ମୁଖରେ ସକାଳ ୯ ଘଟିକା ସମୟରେ ୯ମିନିଟ ପର୍ଯ୍ୟନ୍ତ ଘଣ୍ଟା ବଜାଇ ନିଜର ପ୍ରତିବାଦ ଜଣାଇଛନ୍ତି । ଏନେଇ ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀହରିବଳଦେବଜୀଉ ପୀଠ ବାରିପଦାରେ ମଧ୍ୟ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦରେ ସାମିଲ ହୋଇଥିଲେ। ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ମୂଖ୍ୟ ପୁଜାପଣ୍ଡା ଅରୁଣ କୁମାର ମିଶ୍ର ପ୍ରମୁଖଙ୍କ ସମେତ ବହୁ ସେବାୟତ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe