ସଲମାନ କହିଥିଲେ, ସବୁ କାନ୍ଦିବେ ଆଉ କହିବେ ଭଲ ଲୋକଟିଏ ଥିଲା…

4,355

କନକ ବ୍ୟୁରୋ : ମଜାରେ କହୁଥିବା କଥା ବି ବେଳେ ବେଳେ ସତ ହୋଇଯାଏ । ଏଭଳି କିଛି କଥା ଅଭିନେତା ସିଦ୍ଧାର୍ଥଙ୍କ କେସରେ ଦେଖିବାକୁ ମିଳିଛି । ସେପ୍ଟେମ୍ବର ୨ତାରିଖରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହାରି ମଧ୍ୟରେ ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଏକ ଶୋ’ ରେ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ମଜା କରାଯାଇଥିଲା ।

ବିଗବସ୍ ସିଜିନ୍ ୧୩ର ଘଟଣା । ଏହି ସିଜିନରେ ସେ ପ୍ରତିଯୋଗୀ ଥିବା ବେଳେ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହ ବହୁତ ଖରାପ ଥିଲା । ତାଙ୍କୁ ଟାଇଫଏଡ୍ ହୋଇଥିଲା , ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । କିଛି ଦିନ ପାଇଁ ଶୋ’ରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଶୋ’ ର ସବୁଠାରୁ ମଜାଦାର ପାର୍ଟ ହେଉଛି ୱିକେଣ୍ଡ ୱାର । ଆଉ ଏହି ୱିକେଣ୍ଡ ୱାର ସମୟରେ ସଲମାନ୍ ସିଦ୍ଧାର୍ଥଙ୍କ ଦେହ ଖରାପକୁ ନେଇ ମଜା ମଜାରେ କମେଣ୍ଟ କରିଥିଲେ । ସେ କହିଥିଲେ ସବୁ କାନ୍ଦିବେ ଆଉ କହିବେ ଭଲ ଲୋକଟିଏ ଥିଲା … ଚିତ୍କାର କରୁଥିଲା, ଧକ୍କା ମାରୁଥିଲା, ହେଲେ ଯାହା ଭି ହେଉ ଭଲ ଲୋକଟିଏ ଥିଲା । ସିଜିନରେ ସିଦ୍ଧାର୍ଥଙ୍କୁ ମଜା ମଜାରେ ସଲମାନ କହୁଥିବା ଏହି କଥା ଆଜି ସତ ହୋଇଛି । ସବୁ ଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି ସି । ତାଙ୍କର କୋଟି କୋଟି ଫ୍ୟାନ୍ସ ଆଜି ତାଙ୍କୁ ଝୁରୁଛନ୍ତି ।

ତେବେ ଏହି ସାମ୍ନାକୁ ଆସିବା ପରେ ସିଦ୍ଧାର୍ଥଙ୍କ ପ୍ରଶଂସକ ଭାବୁକ ହୋଇପଡିଛନ୍ତି । ଏପରିକି ଅନେକ ୟୁଜର୍ସ ସଲମାନ ଖାନଙ୍କୁ ମୃତ୍ୟୁର ମଜାକ୍ ଉଡେଇବାକୁ ଟ୍ରୋଲ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ୟୁଜର୍ସ କହୁଛନ୍ତି କେବେ କାହା ସହ ମଜାରେ ବି ଖରାପ କଥା କହିବା ଅନୁଚିତ କିଏ ଜାଣେ କେତେବେଳେ ମା’ ସରøସ୍ୱତୀ ତଥାସ୍ତୁ କହିଦେବେ ଆଉ କାହାର ମଜା କଥା ବି ସତ ହୋଇଯିବ । ଅନ୍ୟଜଣେ ୟୁଜର୍ସଙ୍କ କହିବାନୁସାରେ, ଯେତେବେଳେ ଶୋ’ରେ ମଧ୍ୟ ଏହି ଘଟଣା ପ୍ରସାରିତ କରାଯାଉଥିଲା ମତେ ଜମା ପସନ୍ଦ ଆସିନଥିଲା । ବିଗବସରେ ପ୍ରତିଯୋଗୀ ଥିବା ବେଳେ ସିଦ୍ଧାର୍ଥ ଦେହ ବହୁତ ଖରାପ ରହୁଥିଲା । ଫ୍ୟାନ୍ସ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିପାରିନାହାନ୍ତି । ଆଉ ଏହାରି ଭିତରେ ଏଭଳି ଭିଡିଓ ସାମ୍ନାକୁ ଆସିବା ଦୁର୍ଭାଗ୍ୟଜନକ ।

ଗତକାଲି ମୁମ୍ୱାଇର ଓସିୟାର ଶ୍ମଶାନରେ ହୋଇଛି ଅନ୍ତିମସଂସ୍କାର । ପୁରା ବ୍ରହ୍ମକୁମାରୀ ରୀତିନୀତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମସଂସ୍କାର କରାଯାଇଛି । ଅନେକ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ଦର୍ଶନ କରିଥିଲେ । ସିଦ୍ଧାର୍ଥ ଥିଲେ ଅବିବାହିତ । ତାଙ୍କର ପରିବାର ବ୍ରହ୍ମକୁମାରୀ ଦୀକ୍ଷାରେ ଦୀକ୍ଷିତ । ସେଥିପାଇଁ ସିଦ୍ଧାର୍ଥଙ୍କ ଅନ୍ତିମସଂସ୍କାରକୁ ବ୍ରହ୍ମକୁମାରୀ ରୀତିନୀତିରେ ସଂପନ୍ନ କରାଯାଇଛି । ଟିଭି ସୁପରଷ୍ଟାର ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ସାଥୀ କଳାକାର । ସିଦ୍ଧାର୍ଥଙ୍କ ପରିବାର କହିଲେ ମାଆ ଓ ଦୁଇ ଭଉଣୀ । ସିଦ୍ଧାର୍ଥଙ୍କ ଅନ୍ତିମସଂସ୍କାରରେ ଶ୍ମସାନରେ ପହଁଚିଥିବା ପରିବାର ଲୋକଙ୍କ ଆଖିରୁ ଝରିଚାଲିଥିଲା ଲୁହ । ଏହା ସତ ସିଦ୍ଧାର୍ଥ ଆଉଫେରିବେନି । ହେଲେ କମ୍ ସମୟ ମଧ୍ୟରେ ସେ ଯେତିକି ସଫଳତା ହାସଲ କରିଛନ୍ତି, ଯେଉଁ ଲୋକପ୍ରିୟତା ଅର୍ଜନ କରିଥିଲେ, ତାହା ହିଁ ତାଙ୍କୁ ସବୁଦିନ ଫ୍ୟାନ୍ସଙ୍କ ମଧ୍ୟରେ ଜଣେ ସଫଳ କଳାକାର ଭାବେ ଅମର କରି ରଖିବ ।