୨୦୨୪ ରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ । ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପରେ ହିଁ ମୁଁ ରାଜନୀତିରୁ ସନ୍ୟାସ ନେବି

3,752

କନକ ବ୍ୟୁରୋ : ଦେଶରେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ହିଁ ହେବେ ଦେଶର ପ୍ରଧାନମନ୍ତ୍ରୀ । ଆଉ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପରେ ମୁଁ ରାଜନୀତିରୁ ସନ୍ୟାସ ନେବି । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ହରିଶ୍ ରାୱତ୍। ଶ୍ରୀ ରାୱତ ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏଭଳି ମନ୍ତବ୍ୟ ପରେ ଚର୍ଚ୍ଚା ଜୋର୍ ଧରିଛି । ଶ୍ରୀ ରାୱତ କହିଛନ୍ତି କି ରାହୁଲଙ୍କ ନେତୃତ୍ୱରେ ଦେଶରେ ପୁଣି ସାମ୍ବିଧାନିକ ଓ ଲୋକତାନ୍ତ୍ରିକ ଶକ୍ତିର ବିଜୟ ହେବ । କେବଳ ଏତିକି ନୁହେଁ ସେ ବିରୋଧୀଙ୍କୁ ବି ଟାଗେଟ୍ କରିଛନ୍ତି । ସେ କହିଛନ୍ତି କି ରାଜନୀତିରେ ସଫଳତା ଓ ବିଫଳତା ଲାଗି ରହିଛି । ଆଜି ଯେଉଁମାନେ ରାହୁଲ୍ ଗାନ୍ଧୀଙ୍କ ପ୍ରତି ଆକ୍ଷେପ କରୁଛନ୍ତି ଆଗାମୀ ୨୦୨୪ ନିର୍ବାଚନ ପରେ ସେମାନଙ୍କୁ ଉତ୍ତର ମିଳିଯିବ । ୨୦୨୪ ନିର୍ବାଚନରେ କଂଗ୍ରେସ ପୁଣି ଥରେ ଟ୍ରାକ୍ କୁ ଫେରିବ ଓ ଦେଶର ଜନସାଧାରଣ ବିରୋଧୀ ଦଳ ମାନଙ୍କୁ କଡା ଜବାବ୍ ଦେବେ ।

ସୂଚନା ଥାଉକି ଏବେ କଂଗ୍ରେସର ବରିଷ୍ଠ ନେତା ମାନେ ଦଳ ଭିତରେ ରହି ଦଳ ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଏନେଇ ଦଳ ଭିତରେ କମ୍ପନ ଦେଖା ଦେଇଛି । ଦଳର ବରିଷ୍ଠ ନେତା କପିଲ୍ ଶିବଲ କିଛିଦିନ ତଳେ କହିଛନ୍ତି କି କଂଗ୍ରେସ ଏକ ମଜଭୁତ ବିରୋଧୀଦଳ ଭୂମିକା ତୁଲାଇବାରେ ବହୁ ପଛରେ ପଡିଛି ।