ଗର୍ଭବତୀ ମହିଳାଙ୍କୁ କେବେ ମିଳିବ କୋଭିଡ୍ ଟିକା ? ଏବେ ବି ଦ୍ୱନ୍ଦ୍ୱରେ ଅନେକ ମହିଳା…

112

କନକ ବ୍ୟୁରୋ: କୋଭିଡ ଭୂତାଣୁ ମୁକାବିଲା ପାଇଁ ଟିକା ସାଜିଛି ରକ୍ଷାକାରୀ କବଚ । ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା । ପରେ ୬୫ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି ଟିକା । କିନ୍ତୁ ଘରର ଚାରିକାନ୍ଥ ଭିତରେ ଟିକା ଅପେକ୍ଷାରେ ବସିଛନ୍ତି ଗର୍ଭବତୀ ମହିଳା । ଗର୍ଭବତୀ ମହିଳା ଟିକା ନେବେ କି ନାହିଁ ତାକୁ ନେଇ ଏବେ ବି ଅନେକ ଅଛନ୍ତି ଦ୍ୱନ୍ଦ୍ୱରେ । ତେବେ ଟିକା ନନେଲେ କରୋନା କାଳରେ କଣ ରହିବ ସମସ୍ୟା ।

  • ବିଦେଶରେ ହେଲା ଭାରତରେ କେବେ ?
  • ଗର୍ଭବତୀ ମହିଳାଙ୍କୁ କେବେ ମିଳିବ କୋଭିଡ ଟୀକା ?

ଆମେରିକା ସମେତ ବହୁ ଦେଶର ଗର୍ଭବତୀ ମହିଳା କୋଭିଡ ଟୀକା ନେଲେଣି । କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇନଥିବା ସିଡିସି ତଥ୍ୟରୁ ଜଣାପଡିଛି । ତେବେ ଟୀକା ନେଇନଥିବା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ବହୁ ସମସ୍ୟା ଦେଖାଯାଉଛି ବୋଲି ସ୍ତ୍ରୀ ରୋଗ ବିଶେଷଜ୍ଞ ମତ ଦେଇଛନ୍ତି । ଅନେକ କେସରେ ପ୍ରୀ ମେଚ୍ୟୁର ଶିଶୁ ଅର୍ଥାତ ୩୭ ସପ୍ତାହ ପୂର୍ବରୁ ଶିଶୁ ଜନ୍ମ ହେଉଛନ୍ତି । ସେମାନଙ୍କୁ ବଞ୍ଚାଇବା ମୁସ୍କିଲ ହୋଇପଡେ । କୋଭିଡ କାଳରେ ଗର୍ଭବତୀ ମହିଳା ଅନେକଙ୍କ ସଂସ୍ପର୍ଶରେ ଆସିପାରେ ସେଥିପାଇଁ ଏହି ବର୍ଗର ବି ଟୀକାକରଣର ଆବଶ୍ୟକତା ଥିବା ବିଶେଷଜ୍ଞ କହିଛନ୍ତି । ଆବଶ୍ୟକ ପଡିଲେ ଫାଇଜର କିମ୍ବା ମଡେର୍ଣ୍ଣା ଟୀକା ଦେବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।