ଦୋକାନ ଖୋଲିଲା, ସେଲୁନ୍ ଖୋଲିଲା କେବେ ଖୋଲିବ ପାର୍ଲର? ବିପଦରେ ପାର୍ଲର କର୍ମଚାରୀଙ୍କ ଜୀବିକା, ସେପଟେ ଜିମ୍ ଖୋଲିବା ଦାବିରେ ଆଜିଠାରୁ ଜିମ୍ ମାଲିକଙ୍କ ଆନ୍ଦୋଳନ ।

113

କନକ ବ୍ୟୁରୋ : ଜୁଲାଇ ପହିଲାରୁ ରାଜ୍ୟରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ସେଲୁନ୍ ଖୋଲିଲେ ସରକାର, ହେଲେ ପାର୍ଲର ଖୋଲିଲେ ନାହିଁ । ସାରା ରାଜ୍ୟରେ ପାର୍ଲର ଉପରେ ନିର୍ଭର କରୁଥିବା ଛୋଟ ଛୋଟ କର୍ମଚାରୀଙ୍କ ଜୀବିକା ବିପଦରେ ପଡିଛି । ହେଲେ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇନଥିବାରୁ ଅସନ୍ତୋଷ ବଢିବାରେ ଲଗିଛି । ଦୀର୍ଘ ଦିନହେଲା ପାର୍ଲର ବନ୍ଦଥିବାରୁ ମାଲିକ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ କାମ ଧନ୍ଦା ହରାଇ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । କୋଭିଡ଼ ନୀୟମ ଭିତରେ ପାର୍ଲର ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରି ଅଲ ଓଡ଼ିିଶା ବିୟୁଟି ଆସୋସିଏସନ ।

ସେହିଭଳି ମାଷ୍ଟରକ୍ୟାଣ୍ଟିନରେ ଜିମ୍ ଓନର ଆସୋସିଏସନ୍ସ ପକ୍ଷରୁ ଆମରଣ ଅନଶନ କରାଯାଇଛି । ରାଜ୍ୟରେ ସଂକ୍ରମଣ ତିନି ହଜାର ଉପରେ ରହୁଥିବା ବେଳେ ଧିରେ ଧିରେ ଖୋଲୁଛି ଓଡ଼ିଶା । ଜୁଲାଇ ପହିଲାରୁ ରାଜ୍ୟରେ କଟକଣା କୋହଳ କରାଯାଇଛି । ସରକାର ସେଲୁନ୍ ଏବଂ ଚା’ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ ଜିମ୍ ମାଲିକ ମାନେ ଜିମ୍ ଖୋଲିବାକୁ ଦାବି କରିଛନ୍ତି । ଯାହାକୁ ନେଇ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ କରୁଛନ୍ତି ଜିମ୍ ଓନର ଆସୋସିଏସନ୍ସ ।