କନକ ବ୍ୟୁରୋ: ହିନ୍ଦୁସ୍ଥାନ କାଶ୍ମୀର ରଖିଦେଉ, ହେଲେ ଲତା ମଙ୍ଗେସକରଙ୍କୁ ପାକିସ୍ତାନକୁ ଦେଇଦେଉ । ଏକଦା ଅଲଇଣ୍ଡିଆ ରେଡିଓକୁ ଆସିଥିଲା ଏମିତି ଏକ ଚିଠି । ଆଉ କାଶ୍ମୀର ବଦଳରେ ଲତାଙ୍କୁ ମଗାଯାଇଥିଲା । ଯାହାକି ଲତାଙ୍କର ଲୋକପ୍ରିୟତାର ପରିଚୟ ଦେଇଥାଏ ।
ସବୁ ସମୟରେ ଭାରତ-ପାକିସ୍ତାନ ଅନେକ ବିଷୟରେ କଥା କଟାକଟି ହୋଇଥାନ୍ତି, ବିଶେଷକରି କାଶ୍ମୀର ପ୍ରସଙ୍ଗକୁ ନେଇ ଦୁଇ ଦେଶ ଭିତରେ ବିବାଦ ଲାଗି ରହିଥାଏ । ହେଲେ ଲତା ଏମିତି ଜଣେ ଗାୟିକା ଥିଲେ, ଯାହାଙ୍କ ପାକିସ୍ତାନୀ ଶ୍ରୋତା ମଧ୍ୟ ତାଙ୍କୁ ଜୀବନଠୁ ଅଧିକ ଭଲ ପାଉଥିଲେ । ଖାଲି ସେତିକି ନୁହେଁ, ଅନେକ ପାକିସ୍ତାନୀ ଫ୍ୟାନ୍ ମଧ୍ୟ ଲତାଙ୍କ ଲୋକପ୍ରିୟ ସଙ୍ଗୀତଜ୍ଞ ବୋଲି ଅନେକ ମଞ୍ଚରେ କହିସାରିଛନ୍ତି ।
ଏକଦା ପାକିସ୍ତାନର ମହାନ ଗାୟିକା ନୁର୍ ଜାହାନ୍ କହିଥିଲେ, ଲତା ଜୀ ତାଙ୍କର ଅନେକ ସମୟରେ ପ୍ରଂଶସା କରିଥାନ୍ତି, ହେଲେ ଲତା ମଙ୍ଗେସକର କେବଳ ଜଣେ ଆଉ ଜଣେ । ଆଜି ପର୍ଯ୍ୟନ୍ତ ଲତାଙ୍କ ଭଳି କେହି ବି ଜନ୍ମ ନେଇନାହାଁନ୍ତି ବୋଲି ଏହି ପାକିସ୍ତାନୀ ଗାୟିକା ଜଣକ କହିଥିଲେ । ଯେଉଁଥିରୁ ପାକିସ୍ତାନ ଜନତାଙ୍କ ଭିତରେ ଲତା କେତେ ଲୋକପ୍ରିୟ ଥିଲେ ତାହା ବାରି ହୋଇପଡିଥାଏ ।
ଆଜି ଆମ ଗହଣରେ ଲତା ନାହାଁନ୍ତି ସତ, ହେଲେ ତାଙ୍କ ପ୍ରତିଟି ଗୀତ ପାଇଁ ସେ ସବୁଦିନ ଆମ ଗହଣରେ ଅମର ହୋଇରହିବେ । ତାଙ୍କ ପ୍ରତିଟି ସ୍ୱର ତାଙ୍କର ସ୍ମୃତି ହୋଇ ଶ୍ରୋତାଙ୍କ ପାଖରେ ରହିବ । ତେବେ ଲତାଙ୍କ ଦେହାନ୍ତ କେବଳ ସଙ୍ଗୀତ ଜଗତ ପାଇଁ ନୁହେଁ ବରଂ ଦେଶ ପାଇଁ ବଡ କ୍ଷତି ବୋଲି କୁହାଯାଇପାରେ.....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/lata.jpg)