କନକ ବ୍ୟୁରୋ : ନବୀନ ପଟ୍ଟନାୟକ । ସାଧାରଣ ଜୀବନଶୈଳୀ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୂରା ଦେଶରେ ପ୍ରଂଶସା କରାଯାଏ । ସଫେଦ କୁର୍ତ୍ତା ସାଙ୍ଗକୁ ହାୱାଇ ଚପଲ । ଦୁଇ ଦଶନ୍ଧି ଧରି ନବୀନଙ୍କୁ ଏହି ଅବତାରରେ ଦେଖି ଆସିଥିଲେ ଓଡ଼ିଶାବାସୀ । କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ନବୀନଙ୍କୁ ଯେଉଁ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । କଳା ଟ୍ରାକ ପ୍ୟାଣ୍ଟକୁ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି ନବୀନ ଯେତେବେଳେ କଳିଙ୍ଗ ଷ୍ଟାଡିୟମରେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ହଠାତ୍ କାହିଁକି ନବୀନଙ୍କର ଏଭଳି ଅନ୍ଦାଜ, ତାହା କେହି କିଛି ଠଉରାଇ ପାରିନଥିଲେ । କିନ୍ତୁ ନବୀନଙ୍କର ଏହି ସ୍ପୋଟିଂ ଲୁକ୍ ପଛରେ ଥିଲା କ୍ରୀଡାବିତଙ୍କୁ ପୋତ୍ସାହିତ କରିବାର ଉଦ୍ଦେଶ୍ୟ । ସୋମବାର କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ କାମର ସମୀକ୍ଷା ପାଇଁ ହଠାତ୍ ପହଞ୍ଚିଥିଲେ ନବୀନ । ଆଉ ସବୁ ପ୍ରକଳ୍ପର ସମୀକ୍ଷା ପରେ ଓଡ଼ିଶା ମହିଳା ଫୁଟବଲ ଲିଗ୍ ମ୍ୟାଚ୍ ଦେଖିବା ସହ ଉଭୟ ଫୁଟବଲ ଓ ହକି ଦଳର ଖେଳାଳୀଙ୍କୁ ଭେଟିଥିଲେ ନବୀନ । ଆଉ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଦେଖି ଖେଳାଳୀ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ । ଆଉ ଏଭଳି ସ୍ପୋର୍ଟି ଲୁକରେ ନବୀନଙ୍କୁ ବେଶ ଆକ୍ଟିଭ ମୁଡରେ ଦେଖିବାକୁ ମିଳିଥିଲା । କଳିଙ୍ଗ ଷ୍ଟାଡିୟମର ପଡିଆ ଭିତରେ ବେଶ ଚଳଚଞ୍ଚଳ ଓ ଫୂର୍ତ୍ତି ଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅନ୍ଦାଜରେ ପ୍ରଥମଥର ପାଇଁ ଦେଖିବାକୁ ମିଳିନଥିଲା । ଏହାପୂର୍ବରୁ ମଧ୍ୟ ନବୀନଙ୍କୁ ଟି-ସାର୍ଟ ଓ ଟ୍ରାକ ପ୍ୟାଣ୍ଟରେ ଦେଖିବାକୁ ମିଳିଛି ।

Advertisment

୨୦୧୯ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଥିଲା । ରାଜନୀତି ମାହୋଲ ପୂରା ସରଗରମ ଥିଲା । ଶାସକ-ବିରୋଧୀ ବୟାନବାଜି ଯୁଦ୍ଧ ଚାଲିଥିଲା । କିନ୍ତୁ ସେତେବେଳେ ହଠାତ୍ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଫିଟନେସ ଭିଡ଼ିଓ । ନବୀନ ନିବାସରୁ ଯେଉଁ ଭିଡ଼ିଓ ଆସିଥିଲା ତାହା ନିର୍ବାଚନ ତାତିକୁ ଆହୁରି ବଢାଇ ଦେଇଥିଲା । କାରଣ ଏହି ଫିଟନେସ ଭିଡ଼ିଓରେ ନବୀନଙ୍କୁ ନୂଆ ରୂପରେ ଦେଖିଥିଲେ ରାଜ୍ୟବାସୀ । ସବୁବେଳେ ସଫେଦ କୁର୍ତ୍ତା ପିନ୍ଧି ଲୋକଙ୍କ ସାମ୍ନାକୁ ଆସୁଥିବା ନବୀନ ଏହି ଭିଡ଼ିଓରେ କଳା ରଙ୍ଗର ଟ୍ରାଉଜର ଓ ଟି-ସାର୍ଟରେ ନଜର ଆସିଥିଲେ । ଆଉ ତାହା ବି ପୁଣି ଜିମରେ । ନିଜକୁ ଫିଟ୍ ରଖିବା ପାଇଁ ନବୀନ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମର୍ଣ୍ଣିଂ ୱାକ ଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର କରୁଥିବାର ଭିଡ଼ିଓ ବେଶ ଭାଇରାଲ ହୋଇଥିଲା । ଏପରିକି ଓଡ଼ିଶାବାସୀଙ୍କ ହକ୍ ପାଇଁ ସେ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହି ସୋସିଆଲ ମିଡ଼ିଆର ସେନସେସନ ପାଲଟିଥିଲେ ।

୨୦୧୯ ନିର୍ବାଚନର ଦୁଇ ବର୍ଷ ପରେ ପୁଣିଥରେ ନବୀନଙ୍କୁ ଏଭଳି ଏକ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ୨୦୨୧ରେ ଯେତେବେଳେ ପୂରା ବିଶ୍ୱକୁ କରୋନା କବଳିତ କରିଥିଲା ସେତେବେଳେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଲଗାତାର ପରାମର୍ଶ ଦେଇ ଆସୁଥିଲେ ନବୀନ । କିଛି କିଛି ଦିନ ଅନ୍ତରାଳରେ ନବୀନ ଥରେ ଲେଖାଏଁ ଆସି ଓଡ଼ିଶାବାସୀଙ୍କ ପାଇଁ ବାର୍ତ୍ତା ରଖିଥାନ୍ତି । କିନ୍ତୁ ୨୦୨୧ ଜୁଲାଇ ୧୩ ତାରିଖରେ ନବୀନଙ୍କର ଯେଉଁ ଫଟୋ ଆସିଥିଲା ତାହା ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଚିନ୍ତାଜନକ ମାହୋଲ ଭିତରେ ନବୀନ ନିଜ ମନ୍ତ୍ରୀ ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ବେଳେ ଏକ ହାଲକା ଫୁଲକା ମୁଡରେ ନଜର ଆସିଥିଲେ । ସଫେଦ କୁର୍ତ୍ତା ବଦଳରେ ନବୀନଙ୍କୁ କଳା ରଙ୍ଗର ଟି-ସାର୍ଟରେ ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ଭଲ ମନ୍ଦ ପଚାରି ବୁଝିଥିଲେ ନବୀନ । ଆଉ ହସ ହସ ମୁହଁରେ ନବୀନଙ୍କ ଏହି ଅନ୍ଦାଜରେ ସେତେବେଳେ ଓଡ଼ିଶାବାସୀ ବେଶ ପସନ୍ଦ କରିଥିଲେ ।