ପ୍ରଥମ କୃଷ୍ଣକାୟ ମହିଳା କମଳା ହାରିସ୍ ହେବେ ଉପରାଷ୍ଟ୍ରପତି ? ମାଙ୍କୁ ଦେଲେ ସବୁ ଶ୍ରେୟ: କହିଲେ, ମା କେବେ ବି ଭାବିନଥିଲେ ଏଭଳି ମୁହୂର୍ତ୍ତ ଆସିବ

ତାମିଲନାଡୁର ଗାଁରେ ଖୁସିର ମାହୋଲ

602

କନକ ବ୍ୟୁରୋ: ବିଜୟ ପରେ ଉପରାଷ୍ଟ୍ରପତି ଭାରତୀୟ ବଂଶୋଭବ କମଳା ହାରିସ ବି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।  ସେ କହିଥିଲେ,  ଯେତେବେଳେ ତାଙ୍କ ମା ଭାରତରୁ ଆମେରିକା ଆସିଥିଲେ ସେ ଏ ବିଷୟରେ ଚିନ୍ତା ବି କରିନଥିଲେ । ଆଉ ଏବେ ଏହି ବିଜୟର ଶ୍ରେୟ ସେ ମାଙ୍କୁ ଦେଇଛନ୍ତି ।

ସେପଟେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ  ସେ ଦେଶବାସୀଙ୍କ ପ୍ରଥମ ସମ୍ବୋଧନରେ କହିଛନ୍ତି, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବାଟଂଟିବା ନୁହେଁ ଯୋଡିବା ହେବ ପ୍ରାଥମିକତା  । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ବାଇଡ଼େନ୍ ।

ତେବେ ଗୋଟିଏ ପଟେ ବାଇଡେନଙ୍କ ବିଜୟ ନେଇ ଆନ୍ତର୍ଜାତୀୟ ଖବର ପ୍ରକାଶ ପାଉଥିବାବେଳେ ଟୁଇଟ୍ କରି ପୁଣି ଦ୍ୱନ୍ଦ୍ୱ ବଢ଼ାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ବହୁ ଭୋଟରେ ସେ ବିଜୟୀ ହୋଇ ସାରିଛନ୍ତି । ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି । କହିଛନ୍ତି ଭୋଟ ଗଣତି ବାକି ଥିବା ବେଳେ ବାଇଡେନ୍ ନିଜକୁ ରାଷ୍ଟ୍ରପତି ଘୋଷଣା କରିବାକୁ ଏତେ ତରବର କାହିଁକି । ତେଣୁ ବାଇଡେନଙ୍କ ବିଜୟ ଘୋଷଣା ବେଆଇନ । ନିର୍ବାଚନରେ ଜାଲିଆତି ଏବଂ ଇ-ବାଲାଟ ଅନିୟମିତତା ବିରୋଧରେ ଆଇନଗତ ଲଢେଇ ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି ।