କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓ, ଏମିତି ଏକ ନାଁ ଯାହା ହୁଏତ ମାନବ କଲ୍ୟାଣ ଏବଂ ପରୋପକାର ଏକ ନାଁ । ଯେବେ ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିବାବେଳେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ମନ କି ବାତ ଜରିଆରେ ଚା ବିକାଳୀ ପ୍ରକାଶ ରାଓଙ୍କୁ ତାଙ୍କର ଅବଦାନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

https://kanaknews.com/modis-man-ki-baat-modi-congratulate-odisha-tea-seller/

ଯେତେବେଳେ ମୋଦି ମନ କି ବାତରେ କଟକର ଚା ବିକାଳୀ ଡି. ପ୍ରକାଶ ରାଓଙ୍କ ନାଁ ନେଇଥିଲେ ଦେଶବାସୀ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠିତ ହୋଇଥିଲେ । କିନ୍ତୁ ମୋଦି ମନ କି ବାତ୍ ଅଭିଭାଷଣ କହିଥିଲେ କି, ଶ୍ରୀମାନ୍ ପ୍ରକାଶ ରାଓ ଗତ ୫୦ ବର୍ଷ ହେବ କଟକରେ ଚା ବିକ୍ରୀ କରି ୭୦ରୁ ଉଦ୍ଧ୍ୱର୍ ଅସହାୟ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଜର ସବୁ କିଛି ସମର୍ପିତ ଦେଇଥିଲେ । । ଏବଂ କଟକ ସହରର ବସ୍ତି ଓ ଝୁଡି ତଳେ ବସବାସ କରୁଥିବା ପିଲାମାନଙ୍କ ପାଇଁ ‘ଆଶା ଆଶ୍ୱାସନା’ ନାଁରେ ଏକ ସ୍କୁଲ ଖୋଲିଛନ୍ତି । ଯେଉଁଥିରେ ସେ ନିଜର ରୋଜଗାର କରୁଥିବା ୫୦ ପ୍ରତିଶତ ଅର୍ଥକୁ ସ୍କୁଲରେ ପଢ଼ୁ୍ଥିବା ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି । କେବଳ ସେତିକି ନୁହେଁ ସ୍କୁଲରେ ପଢ଼ୁଥିବା ସମସ୍ତ ପିଲାମାନଙ୍କ ପାଇଁ ଦେବତା ଭଳି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା ପ୍ରକାଶ ରାଓ ତୁଲାଇଛନ୍ତି । ପ୍ରକାଶ ରାଓଙ୍କ ଏଭଳି ପରିଶ୍ରମ, ନିଷ୍ଠାପରତା ଏବଂ ଅସହାୟ ଗରିବ ପିଲାଙ୍କ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ମଧ୍ୟ ଦେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ।