କନକ ବ୍ୟୁରୋ: ଭାରତରୁ ଫେରାର ହୋଇଥିବା ବିଜୟ ମାଲ୍ୟାଙ୍କୁ ନେଇ ସିବିଆଇ ବଡ ଦାବି କରିଛି । ନିକଟରେ ସିବିଆଇ ଜାରିକରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ କହିଛି ୨୦୧୫-୧୬ରେ ଯେଉଁ ସମୟରେ କିଙ୍ଗଫିସର ଏୟାରଲାଇନ୍ସ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ଯେସ ସମୟରେ ବିଜୟ ମାଲ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପଇସା ଥିଲା । ସେ ଫ୍ରାନ୍ସ ଏବଂ ଇଂଲଣ୍ଡରେ ୩୩୦ କୋଟିର ସମ୍ପତ୍ତି କିଣିଥିଲେ ।
ସିବିଆଇ ଚାର୍ଜସଟରେ କହିଛି ୨୦୧୫-୧୬ରେ କିଙ୍ଗଫିସର ଏୟାରଲାଇନ୍ସ ସେହି ସମୟରେ ନଗଦର କମିର ସାମ୍ନା କରୁଥିଲା । ଯେଉଁ କାରଣରୁ ବ୍ୟାଙ୍କରେ ଥିବା କରଜ ସୁଝିପାରିନଥିଲା । ବିଜୟ ତଥାକଥିତ ଭାବେ ଆଇଡିବିଆଇ ବ୍ୟାଙ୍କ-କିଙ୍ଗଫିସର ଏୟାରଲାଇନ୍ସର ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଛନ୍ତି । ବର୍ତ୍ତମାନ ଏହାର ଯାଞ୍ଚସିବିଆଇ ହାତରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Collage-Maker-23-Mar-2023-12-42-PM-3476.jpg)