ବର୍ଷା ହେଲାନି ହେଲେ, ବଡଦାଣ୍ଡରେ ସୃଷ୍ଟି ହେଲା ବର୍ଷାର ଭ୍ରମ। ଗରମରୁ ତ୍ରାହି ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ କରାଗଲା ପାଣି ସ୍ପେ

378

କନକ ବ୍ୟୁରୋ: ରଥଯାତ୍ରା ବେଳେ ପୁରୀରେ ବର୍ଷା ହୋଇନଥିଲେ ବି ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଝିିପିଝିପି ବର୍ଷାର ଭ୍ରମ । ଗରମରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ବଡଦାଣ୍ଡରେ ପ୍ରଶାସନ ପକ୍ଷରୁ ପାଣି ସ୍ପ୍ରେ କରାଯାଇଥିଲା । ଅଗ୍ନିଶମବାହିନୀର କର୍ମଚାରୀମାନେ ଗାଡି ଉପରୁ ପାଣି ସ୍ପ୍ରେ କରୁଥିଲେ । ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ପାଣି ସ୍ର୍ପ୍ରେ କରାଯାଉଥିଲା । ବିଶେଷ କରି ଜନଗହଳି ଥିବା ସ୍ଥାନମାନଙ୍କରେ ଗରମରୁ ଆଶ୍ୱସ୍ତି ଦେବାକୁ ପାଣି ସ୍ପ୍ରେ କରାଯାଉଥିଲା ।

ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ସତ୍ୱେ, ଗହଳି ଓ ଗରମ ଯୋଗୁଁ ବହୁ ଭକ୍ତ ଅସୁସ୍ଥ ହୋଇପଡିଥିଲେ । ବଡଦାଣ୍ଡରେ ବେହୋସ ହୋଇପହିଥିଲେ । ବେହୋସ ହୋଇପଡିଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପୁରୀରେ ବର୍ଷା ହୋଇନଥିଲେ ବି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଗତକାଲି ତୁଳନାରେ ତାପମାତ୍ରା କମ୍ ରହିଛି । ଆଗକୁ ମଧ୍ୟ ତାପମାତ୍ରା ଆହୁରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲିଠାରୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଉପକୂଳ ଓଡିଶା କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ଆଳକନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।  ତେବେ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି ।