କନକ ବ୍ୟୁରୋ : ଆସନ୍ତାବର୍ଷଠୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡ଼ିକାଲ କଲେଜ । ଏ ନେଇ ଗୃହରେ ବିବୃତି ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୨୦୨୨-୨୩ ରୁ ଆଡ଼ମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ୍ ସିଟ ୫୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ୨୭୧ ଜଣଙ୍କୁ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉ ଥିବା କହିଛନ୍ତି ମନ୍ତ୍ରୀ । ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡ଼ିକାଲ କଲେଜ ପ୍ରସ୍ତୁତି କରାଯାଉଛି ।
ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସରକାର ମେଡ଼ିକାଲ ସିଟ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହା ଛଡା ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି ୫ ବର୍ଷ ବିତିଯାଇଥିଲେ ବି ଏ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଦ୍ଵିତୀୟ ଏମ୍ସ ନେଇ ରାଜ୍ୟ ସରକାର ୨୦୦ ଏକର ଜମି ଏବଂ ଡ଼ିଏମଫ ଫଣ୍ଡରୁ ଟଙ୍କା ଏବଂ ସମସ୍ତ ସାହାଯ୍ୟ ସହଯୋଗ କରିବେ ପ୍ରତିଶ୍ରୁତି ଦେଇଥିବା ଗୃହରେ କହିଛନ୍ତି ମନ୍ତ୍ରୀ ନବ ଦାସ ।