ଭାରତରେ ଗଣତନ୍ତ୍ର ପ୍ରଣୟନ ହେବା ପୂର୍ବରୁ କେଉଁ ସମ୍ବିଧାନ ଅନୁସାରେ ଦେଶରେ ଶାସନ ଚାଲିଥିଲା?

ଅତ୍ୟାଚାରରେ ଅସହ୍ୟ ହୋଇପଡିଲେ ଭାରତୀୟ

131

ଭାରତରେ ପ୍ରଥମେ ଇଂରେଜମାନେ ଶାସନ କରୁଥିଲେ । ଇତିହାସରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭାରତକୁ ଇଂରେଜମାନେ ବ୍ୟବସାୟ କରିବା ପାଇଁ ଆସିଥିଲେ । ନିୟମଅନୁସାରେ କୌଣସି ଦେଶକୁ ଆମେ ମାନେ ବ୍ୟବସାୟ କରିବା ପାଇଁ ଗଲେ ସେଠାକାର ସରକାରଙ୍କଠାରୁ ଅନୁମତି ନେବା ନିହାତି ଦରକାର । ତେଣୁ ଇଂରେଜମାନେ ଭାରତରେ ବ୍ୟବସାୟ କରିବା ପାଇଁ ଯେଉଁ ସମୟରେ ଆସିଥିଲେ ସେହି ସମୟରେ ଭାରତୀୟ ସେମାନଙ୍କୁ ଅନୁମତି ଦେଇଥିଲେ । ଏହାପରେ ଧିରେ ଧିରେ ଭାରତରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ବଢାଇବାରେ ଲାଗିଲେ । ଏହାସହ ସେହି ସମୟରେ ସେ ଭାରତରେ ଶାସନ କରିବା ପାଇଁ ଇଚ୍ଛା କଲେ । କେବଳ ଇଚ୍ଛା କରିଥିଲେ ତାହା ନୁହେଁ ବରଂ ଶାସନ ମଧ୍ୟ କଲେ । ସମୟକ୍ରମେ ସେମାନେ ଭାରତୀୟଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଲେ ।

 

ଅତ୍ୟାଚାରରେ ଅସହ୍ୟ ହୋଇପଡିଲେ ଭାରତୀୟ । ତେଣୁ ଲୋକମାନେ ତାଙ୍କ ବିରୋଧରେ ଅର୍ଥାତ୍ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଅନେକ ଲୋକ ଏକତ୍ରୀତ ହେଲେ । ହେଲେ ଏହି ଆନ୍ଦୋଳନକୁ ଅହିଂସା ରୂପେ କରିବା ପାଇଁ ମହାତ୍ମାଗାନ୍ଧୀ ସ୍ଥିର କଲେ । ଏହାପରେ ସାରା ଦେଶରେ ସ୍ଥାନେ ସ୍ଥାନେ ସଭାକରି ଲୋକମାନଙ୍କୁ ଏକଜୁଟ କରିବା ସହ କିପରି ଭାବରେ ଇଂରେଜଙ୍କଠାରୁ ଦେଶ ସ୍ୱାଧୀନ କରିବେ ସେନେଇ ଶୋଭାଯାତ୍ରା ଓ ସମାବେଶ କଲେ । ଏହାପରେ ଅଗଷ୍ଟ ୧୫ ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା । କଲୋନିଆ ୧୯୩୫ ଆଇନ ଅନୁସାରେ ସେତେବେଳେ ଭାରତରେ ଶାସନ ଚାଲୁଥିଲା ।

ଦେଶ ସ୍ୱାଧୀନତା ହେବାପରେ ୧୯୪୭ ମସିହାରେ ଅଗଷ୍ଟ ୨୮ରେ ନୂଆ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଏକ କମିଟି କରାଯାଇଥିଲା ଏବଂ ସେହି କମିଟିରେ ବି ଆର ଆମ୍ବେଦକର ମୁଖ୍ୟ ରହିଥିଲେ । ୧୯୭୪ ମସିହା ନଭେମ୍ବର ୪ ତାରିଖରେ ସମ୍ବିଧାନ ପ୍ରସ୍ତୁତ କରାଯାଇ ଆସେମବ୍ଲିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଦୀର୍ଘ ୧୬୬ ଦିନ ଏହା ଉପରେ ଆଲୋଚନ ହୋଇଥିଲା । ଶେଷରେ ୧୯୫୦ ମସିହା ଜାନୁଆରୀ ୨୪ରେ ଭାରତର ନୂଆ ସମ୍ବିଧାନ ଉପରେ ୩୦୦ ରୁ ଅଧିକ ସଦସ୍ୟ ଦସ୍ତଖତ ଦେଇଥିଲେ । ଏହାପରେ ଜାନୁଆରୀ ୨୬ରେ ଦେଶରେ ନୂଆ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ।