କନକ ବ୍ୟୁରୋ : ବାହାଘରରେ ମଦ ପିଇ ନାଚିଲେ ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ । ଏଭଳି ଏକ ଖବର ଆସିଛି ଉତରପ୍ରଦେଶ ମୈନପୁରୀରରୁ । ବିବାହ ପାଇଁ କନିଆ ଘର ଦ୍ୱାରରେ ଆସି ପହଁଚି ସାରିଥିଲେ ବରଯାତ୍ରୀ । ଭୋଜି, ଭାତ ସହ ସବୁ କିଛି ଚାଲିଥିଲା । ହେଲେ ଏତିକି ବେଳେ ବରର ଅସ୍ୱାଭାବିକ ନାଚିବା ଶୈଳି ଦେଖି କନିଆକୁ ସନ୍ଦେହ ହୋଇଥିଲା । ପଚରା ଉଚରା ପରେ କନିଆ ଜାଣିବାକୁ ପାଇଥିଲା ଯେ, ମଦ ନିଶାରେ ମଜ୍ଜି ରହିଛି ତାକୁ ବିବାହ କରିବାକୁ ଆସିଥିବା ବର । ଏହାକୁ ନେଇ କ୍ଷୁବ୍ଧ ହେବା ସହ ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ କନିଆ ଜଣଙ୍କ । ନିଜ ବାପା-ମାଆଙ୍କୁ ବୁଝାଇଥିଲେ, ଯେଉଁ ବ୍ୟକ୍ତି ନିଜ ବାହାଘରରେ ମଦ ନିଶାରେ ରହୁଛି, ଆଗକୁ ଯାଇ ସେ କଣ କରିବ । ମଦ ନିଶାରେ ମତେ ମାରପିଟ୍ ନକରିବ ଏ କଥାର କଣ ଗ୍ୟାରେଂଟି । ଝିଅ ଜିଦ୍ ଆଗରେ ବାପା-ମାଆ ମାନି ଯାଇଥିଲେ ଆଉ ବାହାଘର ଭାଙ୍ଗିଦେଇଥିଲେ । ବିନା ବିବାହରେ ଶିଶୁପାଳ ହୋଇ ଫେରିଥିଲା ବର । ଘଟଣାଟି ମୈନିପୁରୀର ଏକ ଛୋଟିଆ ଗାଁ ଗମ୍ଭିରାର ହୋଇଥିବାବେଳେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କନିଆ ଓ ତାଙ୍କ ପରିବାରର ଏଭଳି ନିଷ୍ପତି ଆମ ସମାଜକୁ ବଡ ବାର୍ତା ଦେଇଛି ।
ନିଜ ବାହାଘରରେ ମଦ ପିଇ ନାଚିଲା ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ
/kanak/media/post_attachments/wp-content/uploads/2023/12/25-12.jpg)