ମୁଁ ବଞ୍ଚିବାକୁ ଚାହୁଁନଥିଲି: ‘KBC’ ରେ ଗହନ କଥା କହିଲେ ଦୀପିକା

509

କନକ ବ୍ୟୁରୋ: ଶୁକ୍ରବାର କ୍ୱିଜ୍ ପ୍ରୋଗ୍ରାମ୍ ‘କୌନ୍ ବନେଗା କରୋଡପତି’ରେ ନଜର ଆସିଥିଲେ ବଲିଉଡ ଆକ୍ଟ୍ରେସ୍ ଦୀପିକା ପାଦୁକୋନ୍ । ଗଣେଶ ଚତୁର୍ଥୀର ଖାସ୍ ଏପିସୋଡରେ କେବିସି ମଂଚରେ ତିନି ଜଣ ପ୍ରିୟ କଳାକାର ଅମିତାଭ, ଦୀପିକା ଓ ଲୋକପ୍ରିୟ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନଙ୍କୁ ଦେଖି ଦର୍ଶକ ବେଶ ଉତ୍ସାହିତ ହୋଇପଡିଥିଲେ । ଏଥିରେ ଦୀପିକା ଓ ଫରାହ ଅମିତାଭଙ୍କ ପାଇଁ କୁନି ଗଣେଶଙ୍କ ମୂର୍ତ୍ତି ଧରି କେବିସିରେ ମଂଚକୁ ପ୍ରବେଶ କରିଥିଲେ । ଏହି ଅବସରରେ ଅମିତାଭଙ୍କ ସହ ଖୁବ ମଜାମସ୍ତି କରିଥିଲେ ଦୁହେଁ । ହେଲେ ଏହି କ୍ରମରେ କହୁ କହୁ କହିଥିଲେ ନିଜ ଜୀବନର ଦୁଃଖଦ ସମୟର କଥା ।

ଦିନ ଥିଲା ଜୀବନ ପ୍ରତି ମୋହ ତୁଟିଯାଇଥିଲା , ବଂଚିବାକୁ ଚାହୁଁନଥିଲେ ବୋଲି କହିଥିଲେ ଦୀପିକା । ଏହା କହୁକହୁ ନର୍ଭସ ହୋଇପଡିଥିଲେ ଦୀପିକା । ୨୦୧୪ରେ ଡିପ୍ରେସନର ଶିକାର ହୋଇଥିଲେ ଦୀପିକା । ଏହା ଏକ ଆତଙ୍କ ଭଳି ତାଙ୍କୁ କବଳିତ କରିଥିଲା । ଏପରି ସମସ୍ୟା ବେଶି ଲୋକଙ୍କୁ ଜଣାପଡେ ନାହିଁ ବୋଲି ଦୀପିକା କହିଥିଲେ ।ଏ ବିଷୟରେ ନିଜେ କିପରି ଜାଣିଲେ ବୋଲି ପ୍ରଶ୍ନ କରିଥିଲେ ବିଗ ବି । ଏହାର ଉତ୍ତର ଦେବାକୁ ଯାଇ ଦୀପିକା କହିଥିଲେ ‘ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଲା । ଭାରି ନିଃସଙ୍ଗ ଅନୁଭବ ହେଉଥିଲା । ଖାଇବା ପିଇବାରେ ମନ ଲାଗୁନଥିଲା । କିଛି କାମ କରିବାକୁ ମନ ହେଉନଥିଲା ।ବାହାରକୁ ଯାଇ କାହାକୁ ଭେଟିବା ବା କାହା ସହ ମନ କଥା ସେୟାର କରିବାକୁ ଇଚ୍ଛା ହେଉନଥିଲା । ଏପରିକି କାହାକୁ କ’ଣ କହିବେ ଜାଣିପାରୁନଥିଲେ । ସବୁବେଳେ ବିରକ୍ତ ହେଉଥିଲେ । ଲାଗୁଥିଲା ଯେପରି ବଂଚିବାର ଆଉ କୌଣସି କାରଣ ନାହିଁ । କହିବାକୁ ଗଲେ ବଂଚିବାକୁ ଆଦୌ ଚାହୁଁନଥିଲେ । ସେ ସମୟ ଏବେ ମନେପଡିଲେ ଦେହ ଥରିଉଠେ’ । ହେଲେ ଈଶ୍ୱରଙ୍କ କୃପାରୁ ସେ ଭୟଙ୍କର ସମୟରୁ ସେ ବାହାରି ଆସିବାକୁ ସମର୍ଥ ହୋଇଥିଲେ ବୋଲି କହିଥିଲେ ଦୀପିକା । ଏହା କହିବା ପରେ କିଛି ସମୟ ନୀରବ ରହିଥିଲେ ।ହେଲେ ଅମିତାଭଙ୍କ କଥାରେ ପୁଣି ଥରେ ସାମାନ୍ୟ ହୋଇଯାଇଥିଲେ ଦୀପିକା ।ଏହା ଭିତରେ ଦୀପିକା ଅତିକ୍ରମ କରିସାରିଛନ୍ତି ଅନେକ ସଫଳତାର ପଥ । ଚଳିତ ବର୍ଷ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ । ରିଲିଜ୍ ଅପେକ୍ଷାରେ ରହିଛି ଫିଲ୍ମ ‘୮୩’ ଏଥିରେ ଦୀପିକାଙ୍କ ସ୍ୱାମୀ ରଣବୀର ସିଂ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଦେଖାଦେବେ । ଏହା ବ୍ୟତୀତ ସକୁନ ବତ୍ରାଙ୍କ ଫିଲ୍ମରେ ଅନନ୍ୟା ପାଣ୍ଡେ ଓ ସିଦ୍ଧାର୍ଥ ଚତୁବେଦୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖାଦେବେ । ପ୍ରଭାସଙ୍କ ସହ ମଧ୍ୟ ତାଙ୍କର ଏକ ଫିଲ୍ମର ସୁଟିଂ ଚାଲିଛି । ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଦି ଇଣ୍ଟର୍ଣ୍ଣ’ ହିନ୍ଦି ଭର୍ସନରେ ମଧ୍ୟ ଦୀପିକା ଅଛନ୍ତି ।