କେବେ କଟିବ କରୋନା ଭୟ । ଭୁବନେଶ୍ୱରରେ ୫୦ ପ୍ରତିଶତଙ୍କ ଦେହରେ ଆଂଟିବଡି ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ଡାକ୍ତର, ସ୍ପଷ୍ଟ ଭାବେ କହିହେବନି କେବେ ସୁଧୁରିବ ସ୍ଥିତି । 

101
କନକ ବ୍ୟୁରୋ: କରୋନା ସଂକ୍ରମଣ ସାରା ବିଶ୍ୱକୁ ଯେତେବେଳେ ଦୋହଲାଇ ଦେଇଛି, ସେତେବେଳେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସଂକ୍ରମଣ ସାମାନ୍ୟ କମିବା ପରେ ଧିରେ ଧିରେ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନଲକ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏବେ ବି ସ୍ୱାଭାବିକ ହୋଇନାହିଁ ସାଧାରଣ ଜୀବନ ଯାପନ । ତେଣୁ ମନରେ ପ୍ରଶ୍ନ ଉଠୁଛି ଯେ, କେବେ ସୁଧୁରିବ ସ୍ଥିତି ।
ତେବେ କେବେ ସ୍ୱାଭାବିକ ହେବ ସବୁ କିଛି । ସ୍ଥିତି ସୁଧାର ହେବା ନେଇ କୌଣସି ସ୍ପଷ୍ଟ ଭାବରେ କହିହେବ ନାହିଁ ବୋଲି ଏମସର ପୂୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମହାପାତ୍ର ମତ ରଖିଛନ୍ତି । ଅନ୍ୟପଟେ ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁଙ୍କ ମତରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ବେଳକୁ ସ୍ଥିତିରେ ସୁଧାର ଆସିବ ।

Comments are closed.