କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି

334

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି । ହେଲେ ପୁରୀ ବଡଦାଣ୍ଡରେ ଥିବା ଗଢିଉଠିଥିବା ହୋଟେଲ ଗୁଡିକରେ ପର୍ଯ୍ୟଟକଙ୍କୁ ଆମିଷ ପରସାଯାଉଛି । ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ତେଣୁ ବଡଦାଣ୍ଡକୁ ଆମିଷ ମୁକ୍ତ କରିବାକୁ ଏବେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସମେତ ମଠାଧୀଶମାନେ ସ୍ୱର ଉଠାଇଛନ୍ତି ।

ଶ୍ରୀକ୍ଷେତ୍ରର ଚାରିଆଡ଼େ ହୋଟେଲ୍ । ହୋଟେଲରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ସୁବିଧା । ବଡ଼ଦାଣ୍ଡ କଡ଼ରେ ଥିବା ହୋଟଲ ଗୁଡ଼ିକରେ କେମିତି ଆସିଷ ଖାଦ୍ୟର ପସରା ଲାଗୁଛି, ହୋଟଲ୍ ଗୁଡ଼ିକର ହୋଡିଂ ଓ ପୋଷ୍ଟରରୁ ଜଣେ ଅନୁମାନ କରିପାରିବେ । ଯାହାକୁ ନେଇ ଏବେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ସମେତ ମଠାଧୀଶମାନେ ସ୍ୱର ଉଠାଇଛନ୍ତି । ବଡ଼ ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦିଆଯାଇଛି ।

ଶ୍ରୀମନ୍ଦିର ସଂସ୍କାର ଓ ସୌନ୍ଦର୍ଯ୍ୟକରଣ ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ସରକାର । ପରିକ୍ରମା ପ୍ରକଳ୍ପରୁ ଆରମ୍ଭ କରି ସଂସ୍କାର ପାଇଁ ପାନ-ଗୁଟ୍ଖା ଉପରେ କଟକଣା, ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ଡ୍ରେସକୋର୍ଡ ବ୍ୟବସ୍ଥା କରାଯାଉଛି । ଠିକ୍ ଏଭଳି ଏକ ସମୟରେ ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ଦାବି ହେଉଛି । ଆଉ ଏହି ଦାବିକୁ ସ୍ୱାଗତ କରୁଛନ୍ତି ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁ ।

ଏପଟେ ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ବଡ଼ଦାଣ୍ଡ ଦୁଇପାର୍ଶ୍ଵରୁ ଆମିଷ ଦୋକାନ ଉଠାଇବା ସହ ସ୍ୱତନ୍ତ୍ର ଭେଣ୍ଡିଂ ଯୋନ କରି ଥଇଥାନ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ହେଲେ ବଡ଼ଦାଣ୍ଡକୁ ଆମିଶମୁକ୍ତ କଲେ, ବ୍ୟବସାୟୀଙ୍କ କ’ଣ ହେବ ତାକୁ ନେଇ ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି ।

ଏବେ ବଡ଼ ଦାଣ୍ଡର ସମସ୍ତ କୋଠାକୁ ଗୋଟିଏ ରଙ୍ଗରେ ରଙ୍ଗୀନ କରିବାକୁ ପ୍ରଶାସନ ଚିନ୍ତା କରୁଛନ୍ତି । ସେପଟେ ବଡ଼ଦାଣ୍ଡର ମାଛ-ଚିକେନ୍ ବ୍ରିକ୍ରି ବନ୍ଦ କରିବାକୁ ତାଳବଣିଆରେ ସ୍ୱର୍ଚ୍ଚ ମାଛ ମାର୍କେଟ୍ ନିର୍ମାଣ କରାଯାଉଛି । ଆଉ ଏଭଳି ଏକ ସମୟରେ ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିବାରେ ଲାଗିଛି ଦାବି ।