କେବେ ଓ କିଏ କରିଥିଲେ ରାମ ସେତୁ ନିର୍ମାଣ । ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଭାରତରୁ ଶ୍ରୀଲଙ୍କାକୁ ପାଣି ଭିତରେ ଯୋଡୁଥିବା ବିଶାଳ ପଥର ବନ୍ଧର ହେବ ଅନୁସନ୍ଧାନ । 

Advertisment
କେବେ ଓ କିଏ କରିଥିଲେ ରାମ ସେତୁ ନିର୍ମାଣ । ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଭାରତରୁ ଶ୍ରୀଲଙ୍କାକୁ ପାଣି ଭିତରେ ଯୋଡୁଥିବା ବିଶାଳ ପଥର ବନ୍ଧର ହେବ ଅନୁସନ୍ଧାନ । 

କନକ ବ୍ୟୁରୋ : କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ଗଭୀର ସମୁଦ୍ର ଭିତରେ ଖୋଲିବ ରାମ ସେତୁର ରହସ୍ୟ ଯାଂଚ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ତାର ଅନୁସନ୍ଧାନ ହେବ । ଗଭୀର ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ ଲମ୍ବିଥିବା ଏହି ବିଶାଳ ପଥର ସେତୁର ରହସ୍ୟ ଖୋଜିବ ଏଏସଆଇ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏଥିପାଇଁ ରାଜି ହୋଇଛି ।

ଗୋଆରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି ଏଥିପାଇଁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ଗ୍ରହଣ କରିଛି ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଏଏସଆଇର କେନ୍ଦ୍ରୀୟ ପରାମର୍ଶ ବୋର୍ଡ ଏଥିପାଇଁ ସମ୍ମତି ପ୍ରକାଶ କରିବା ପରେ ଖୁବ ଶୀଘ୍ର ସମୁଦ୍ର ଭିତରେ ଏହି ବିଶାଳ ପଥର ବନ୍ଧର ଅନୁସନ୍ଧାନ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । ଚଳିତ ବର୍ଷ ଠାରୁ ଏହାର ଯାଂଚ ଆରମ୍ଭ ହେବ ।

ନଜର ପକାନ୍ତୁ କେମିତି ହେବ ଏହି ଯାଂଚ-

୧. ସିନ୍ଧୁ ସଂକଳ୍ପ ବା ସିନ୍ଧୁ ସାଧନା ଜାହାଜ ଦ୍ୱାରା ଏହାର ଯାଂଚ କରାଯିବ

୨. ସମୁଦ୍ର ଭିତରେ ୩୫ରୁ ୪୦ମିଟର ତଳୁ ନମୂନା ସଂଗ୍ରହ କରାଯିବ 

୩. ସେତୁ ନିକଟରେ ଜନବସତି ଥିଲା ନାଁ ନାହିଁ ତାହା ମଧ୍ୟ ଜଣାପଡିବ

୪. କୋରାଲରେ କେଲସିୟମ କାର୍ବୋନେଟର ଉପସ୍ଥିତି ଯୋଗୁଁ ସେତୁର ବୟସର ପ୍ରମାଣ ମିଳିବ

ରାମାୟଣ ସମୟର ଏହି ପଥର ବନ୍ଧ ଏବେ ବି ରହିଥିବା ନେଇ ଅନେକ ସାଟେଲାଇଟ ଚିତ୍ରରୁ ପ୍ରମାଣ ମିଳିଛି । ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିର୍କ ମହତ୍ୱ ଥିବାରୁ ରାମସେତୁର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି ।

ଏହି ସେତୁ କିଏ ଓ କେବେ ନିର୍ମାଣ କରିଥିଲେ ତାର ଯାଂଚ କରାଯିବ । ଅତ୍ୟାଧୁନି ଜ୍ଞାନକୌଶଳ ଦ୍ୱାରା ରାମ ସେତୁର ବୟସ ଓ ରାମାୟଣ ସହ ଏହାର ସମ୍ପର୍କ ଅନୁଧ୍ୟାନ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି ।

ଭାରତୀୟ ପୌରାଣିକ ମତବାଦ ଅନୁସାରେ ବର୍ତମାନର ଶ୍ରୀଲଙ୍କା ସେତେବେଳର ରାବଣ ରାଜାର ଲଙ୍କା ଥିଲା । ମାତା ସୀତାଙ୍କୁ ଚୋରି କରିନେଇଥିବା ରାବଣକୁ ତା କୂୁକର୍ମର ଶାସ୍ତି ଦେବା ସହ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ଏହି ବିଶାଳ ପଥର ବନ୍ଧର ନିର୍ମାଣ କରିଥିଲେ ଅଯୋଧ୍ୟା ରାଜା ପ୍ରଭୁ ଶ୍ରୀରାମ । ଏଥିରେ ତାଙ୍କୁ କିସକିନ୍ଦାର ରାଜା ସୁଗ୍ରିବ, ରାମଙ୍କ ପରମ ଭକ୍ତ ହନୁମାନ, ଓ ଅନ୍ୟ ବାନର ସେନା ସହାୟତା କରିଥିବା ମତବାଦ ରହି ଆସିଛି । ଚୁନ ପଥରରେ ୪୮ କିଲୋମିଟର ବ୍ୟାପି ଏହି ପଥର ବନ୍ଧ ଭାରତରୁ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ବେଳେ ସମୁଦ୍ର ଭିତରେ ଏବେ ବି ରାମାୟଣ ସମୟର ସାକ୍ଷୀ ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe