ଇତିହାସ ରଚିବ କଳିଙ୍ଗ ଷ୍ଟାଡିୟମ। ହଜାରେରୁ ଅଧିକ କଳାକାର ଦେଖାଇବେ ଡ୍ୟାନ୍ସ । ମାଧୁରୀ, ଶାହାରୁଖ ଏବଂ ରେହମାନଙ୍କ ଜଲୱାରେ କମ୍ପିବ କଳିଙ୍ଗ

ହକି ବିଶ୍ୱକପ ଉଦଘାଟନୀ ପାଇଁ ଛୁଟି ଘୋଷଣା

205

କନକ ବ୍ୟୁରୋ: ଇତିହାସ ରଚିବ କଳିଙ୍ଗ ଷ୍ଟାଡିୟମ । ଆଜି ଭୁବନେଶ୍ୱରରେ ଉଦଘାଟିତ ହେବ ବିଶ୍ୱକପ ହକି । ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ମାଧୁରୀ ଦିକ୍ଷୀତ ଭୁବନେଶ୍ୱରରେ ପହଁଚିବା ପରେ କଳିଙ୍ଗ ଷ୍ଟାଡିୟମରେ ଘଂଟା ଘଂଟା ଧରି ଅଭ୍ୟାସ କରିଛନ୍ତି । ଆଜି ମଂଚରେ ମାଧୁରୀ ୪୦ ମିନିଟ୍ ଧରି ନୃତ୍ୟ ପରିବେଷଣ କରିବେ । ଶାହାରୁଖ ବି ଦର୍ଶକଙ୍କ ମନ ମୋହିବେ ।

ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ମାଧୁରୀ ଦିକ୍ଷୀତ ଭୁବନେଶ୍ୱରରେ ପହଁଚିବା ପରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ଆଜି ସଂଧ୍ୟାରେ ମଂଚରେ ମାଧୁରୀ ୪୦ ମିନିଟ୍ ଧରି ନୃତ୍ୟ ପରିବେଷଣ କରିବେ । ଶାହାରୁଖ ବି ଦର୍ଶକଙ୍କ ମନ ମୋହିବେ । ଏସବୁ ଭିତରେ ଚର୍ଚା ହେଉଛି ୨୮ ତାରିଖରେ କଟକରେ ହେବାକୁ ଥିବା ହକି ଉଦଘାଟନୀ ମ୍ୟାଚ୍ ସମାରୋହରେ ସାମିଲ ହୋଇପାରନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାନ ।

ଆସନ୍ତା କାଲିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହକି ବିଶ୍ୱକପ୍ ମହାସମର । ଏହାପୂର୍ବରୁ ଆଜି ହେଉଛି ଉଦଘାଟନୀ ଉତ୍ସବ । ଅଢେଇ ଘଂଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମରେ ଚାଲିଥିଲା ଜୋରଦାର ଅଭ୍ୟାସ । କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦୀକ୍ଷିତ ଓ ଏ. ଆର ରେହମାନଙ୍କ ସହ ମଂଚ ଉପରୁ ଦର୍ଶକଙ୍କୁ ନଚାଇବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଏଥିସହ ୮ଶହରୁ ଅଧିକ କଳାକାର ନିଜ ନିଜ ରାଜ୍ୟର ସଂସ୍କୃତିକୁ, ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ।

ସେପଟେ, ହକି ବିଶ୍ୱକପ ଉଦଘାଟନୀ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ଆଜି ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ରାଜ୍ୟର ଅନ୍ୟଅଂଚଳର ଶିକ୍ଷାନୁଷ୍ଠାନ ଗୁଡିକ ଅପରାହ୍ନ ୧ଟା ୩୦ମିନିଟରୁ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଆଜି ବିଶ୍ୱକପ ହକି ଉଦଘାଟନ ପାଇଁ ଅପରାହ୍ନ ୧ଟା ୩୦ମିନିଟରୁ ବନ୍ଦ ରହିବ । ସେହିପରି ୨୮ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ମିନିଟରୁ ବନ୍ଦ ରଖିବା ପାଇଁ ସରକାର ଘୋଷଣା କରିଛନ୍ତି ।