ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କଡା ଚେତାବନୀ: ବ୍ୟାୟାମ ବେଳେ ମାସ୍କ ପିନ୍ଧିବା ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି କରିପାରେ ବିପଦ; ହୃଦକ୍ରିୟାରେ ପକାଇ ପାରେ ଗଭୀର ପ୍ରଭାବ

725

କନକ ବ୍ୟୁରୋ: କରୋନା କାଳରେ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଆମେ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ଭୁଲୁନାହୁଁ । ଏବେ ଲକ ଡାଉନ୍ କଟକଣା କୋହଳ ହେବା ପରେ ଲୋକେ ସକାଳୁ ମର୍ଣ୍ଣିଂ ୱାକ୍ କିମ୍ବା ବ୍ୟାୟମ କରିବାକୁ ବାହାରକୁ ବାହାରୁଛନ୍ତି । ଅନେକ ମାସ୍କ ପିନ୍ଧି ବ୍ୟାୟାମ କରୁଥିବାର ମଧ୍ୟ ଦେଖାଯାଉଛି । ହେଲେ ବ୍ୟାୟମ ବେଳେ ମାସ୍କ ପିନ୍ଧିବା ବିପଦ ଜନକ ବୋଲି ଜଣାପଡିଛି । ଏପରି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବ୍ୟାୟମ କିମ୍ବା କସରତ କରିବା ବେଳେ ମାସ୍କ ନ ପିନ୍ଧିବାକୁ ପରାମର୍ଶ ଦେଇଛି ।

ଏପଟେ, ଦେଶରେ କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି । ୫ ଲକ୍ଷ ପାର କରିଛି ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ରେ ପହଂଚିଛି । ଏଥିସହ ମାତ୍ର ୬ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ବଢି ୫ ଲକ୍ଷରେ ପହଂଚିଛି । ସେହିପରି ଗତ ୨୪ ଘଂଟା ଭିତରେ ସର୍ବାଧିକ ୧୮ ହଜାର ୫୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୪ ଦିନରେ ପ୍ରଥମଥର କରୋନାରେ ମୃତ୍ୟୁ ସଂଖ୍ୟା ୪ଶହ ତଳକୁ ରହିଛି । ଗତ ୨୪ ଘଂଟାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫ରେ ପହଂଚିଛି ।