ଯେତେବେଳେ ପାକିସ୍ତାନୀ ଛାତ୍ରୀ ପୁରା କ୍ଲାସ ସାମ୍ନାରେ ଗାଇଲେ ‘ଜନ ଗଣ ମନ’ ଓ ତା’ପରେ...

Advertisment
ଯେତେବେଳେ ପାକିସ୍ତାନୀ ଛାତ୍ରୀ ପୁରା କ୍ଲାସ ସାମ୍ନାରେ ଗାଇଲେ ‘ଜନ ଗଣ ମନ’ ଓ ତା’ପରେ...

source : ZeeNews

ପାକିସ୍ତାନରେ ରହୁଥିବା ପ୍ରତ୍ୟେକ ବାସିନ୍ଦାଙ୍କ ହୃଦୟରେ କେବଳ ଘୃଣା ଥାଏ ବୋଲି ଭାବୁଥିବା ଭାରତୀୟଙ୍କ ପାଇଁ ସତ୍ୟତା ସଂପୂର୍ଣ୍ଣ ଅଲଗା । ଆଜି ବି ପାକିସ୍ତାନରେ ବହୁତ ଏମିତି ଲୋକ ଅଛନ୍ତି, ଯାହା ଭାରତୀୟଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖେ । ସେହି ଲୋକମାନଙ୍କୁ ଆଜି ବି ଆଶା ଅଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଦିନେ ନା ଦିନେ ସଂପର୍କ ଭଲ ହେବ । ଉଭୟ ଦେଶରେ ୧୯୦୬ ମସିହା ଭଳି ଭାଇଚାରା ଆସିବ । ପ୍ରକୃତରେ ୧୯୦୬ ମସିହାରେ ହିନ୍ଦୁ ଓ ମୁସଲିମ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ମୁସଲିମ୍ ଲିଗ୍ ର ମୂଳଦୂଆ ରଖାଯାଇଥିଲା ।

publive-image

ସେମିତି ଉଭୟ ଦେଶ ମଧ୍ୟରେ ଭାଇଚାରାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ମଧ୍ୟରେ ଲାହୌର କଲେଜର ଛାତ୍ରୀ ଅମବରୀନ ରିୟାଜ ବି ଅଛନ୍ତି । ସେ ଏମିତି କିଛି କରିଦେଇଛନ୍ତି ଯେ, ଶତ୍ରୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ସାରା ପାକିସ୍ତାନରେ ଏହା ବ୍ୟାପିଗଲାଣି । କିଛି ଦିନ ପୂର୍ବରୁ ଅମବରୀନ ନିଜ କ୍ଲାସରେ ସମସ୍ତ ସହପାଠୀଙ୍କ ଗହଣରେ ସମ୍ମାନର ସହିତ ଭାରତୀୟ ରାଷ୍ଟ୍ରଗୀତ ଜନ ଗଣ ମନ ଗାଇବା ଆରମ୍ଭ କଲେ । ରାଷ୍ଟ୍ରଗାନ ଶୁଣାଉଥିବାବେଳେ ତାଙ୍କ ଆଖି ବନ୍ଦ ଥିଲା । ସହପାଠୀଙ୍କ ଠାରୁ ପ୍ରତିକ୍ରିୟା ଶୁଣି ତାଙ୍କ ଆଖିରୁ ଲୁହ ଝରିପଡିଥିଲା । ପୁରା କ୍ଲାସରୁମ୍ କରତାଳିରେ ପ୍ରତିଧ୍ୱନିତ ହେଲା । ଅମବରୀନ ଯେତେବେଳେ ଟ୍ୱିଟ୍ କରି ତାଙ୍କର ଏହି ଖୁସି ପ୍ରକାଶ କଲେ , କିଛି ଲୋକ ତାଙ୍କ ପକ୍ଷ ନେଇଥିବା ବେଳେ କିଛି ଲୋକ ତାଙ୍କୁ ଚେତାବନୀ ଦେବା ଆରମ୍ଭ କଲେ । ଅମବରୀନ ଖୋଲି କି ଶାନ୍ତିର ଶତ୍ରୁଙ୍କୁ ଜବାବ ଦେବା ଆରମ୍ଭ କଲେ ।

publive-image

ଅମବରୀନଙ୍କ ଏହି ପୋଷ୍ଟ ନା କେବଳ ପାକିସ୍ତାନ ବରଂ ଭାରତରେ ମଧ୍ୟ ଭାଇରାଲ ହେଉଛି । ବହୁଳ ସଂଖ୍ୟାରେ ଯୁବଗୋଷ୍ଠୀ ସାମନାକୁ ଆସି ଉଭୟ ଦେଶ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe