ନବଜାତକ କାନ୍ଦିଲେ ଦେଖାନ୍ତୁନି ଖାମଖିଆଲି ମନୋଭାବ । ଶିଶୁ ହୋଇଥାଇପାରେ ଗୁରୁତର ରୋଗରେ ଆକ୍ରାନ୍ତ ।

133

କନକ ବ୍ୟୁରୋ: ଲଗାତର କାନ୍ଦୁଛନ୍ତି କି ନବଜାତକ? ଏହା କଣ ହୋଇପାରେ ରୋଗର ଲକ୍ଷଣ ? ଭୁବନେଶ୍ୱର ଏମ୍ସରୁ ଆସିଲା ଚମକାଇ ଦେଲା ଭଳି ଖବର । ସାଧାରଣତଃ ଛୋଟ ଛୁଆ ଅଧିକ କାନ୍ଦିଥାନ୍ତି, କିନ୍ତୁ ନବଜାତକ କଥା କହିପାରୁନଥିବା ଶିଶୁ ଲଗାତାର କାନ୍ଦିବା କୌଣସି ରୋଗର ଲକ୍ଷଣ ହୋଇଥାଇପାରେ ।

ଭୋକରେ କିମ୍ବା ବାହାନା କରି ଛୋଟ ପିଲା ଅଧିକ ସମୟ କାନ୍ଦିନଥାଏ । ତେଣୁ ଶିଶୁ ଲଗାତର କାନ୍ଦିଲେ ହାଲୁକାରେ ନିଅନ୍ତୁ ନାହିଁ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛୋଟ ଛୁଆଙ୍କୁ ନେଇ ଏହି ସତର୍କବାଣୀ ଶୁଣାଇଛି ଭୁବନେଶ୍ୱର ଏମ୍ସର ଶିଶୁରୋଗ ବିଭାଗ । ନବଜାତକ ଲଗାତାର କାନ୍ଦିବା ହୃଦଘାତର ଲକ୍ଷଣ  ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ପଙ୍କଜ ମହାନ୍ତି ।

ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଲଗାତାର ୧୫ ଘଣ୍ଟା ହେଲା କାନ୍ଦୁଥିବା କଟକର ଜଣେ ଶିଶୁକୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଲେ ନବଜାତକର ହାର୍ଟରେ ବଡ ସମସ୍ୟା ଦେଖା ଦେଇଥିଲା । ଶିଶୁରୋଗ ବିଭାଗର ଅଧିକାଂଶ କର୍ମଚାରୀ କରୋନାରେ ପୀଡିତ ଥିବା ସତ୍ୱେ, ଜଣେ ଡାକ୍ତର ଶିଶୁର ଚିକିତ୍ସା କରି ସୁସ୍ଥ କରିଛନ୍ତି । ତେବେ ପୂର୍ବରୁ ଲଗାତାର କାନ୍ଦୁଥିବା ଛୋଟ ପିଲାଙ୍କ ହୃଦୟରେ ସମସ୍ୟା ଥିବା ଏକାଧିକ ମାମଲା ସାମ୍ନାକୁ ଆସିଛି । ତେଣୁ ପିଲାଟି ଅସ୍ୱାଭାବିକ ଭାବେ କାନ୍ଦୁଥିଲେ ଅଭିଭାବକ ସତର୍କ ହୋଇଯାଆନ୍ତୁ, ଡାକ୍ତରଙ୍କ ପରାମର୍ଶ ନେଇ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍ ।