ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ୨ ଦିନ ପରେ ଶୀତ ସାଙ୍ଗକୁ ସାରା ରାଜ୍ୟକୁ ପୁଣି ଢାଙ୍କି ରଖିବ ଘନ କୁହୁଡ଼ି

ରାଜ୍ୟରେ ପୁଣି ବଡଧରଣ କାଳବୈଶାଖୀ ବର୍ଷା ସମ୍ଭାବନା: ବିଜୁଳି-ଘଡଘଡି ସହ କୁଆପଥର ବର୍ଷା ଆଶଙ୍କା; ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ ପବନର ବେଗ: ୧୧ ଜିଲ୍ଲାକୁ ସତର୍କ ସୂଚନା

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ କେନ୍ଦ୍ର।

publive-image

ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼। ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ କୁଆପଥର ପଡ଼ିବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି। ଏହାବାଦ୍‌ ରାଜ୍ୟର କନ୍ଧମାଳ, କୋରାପୁଟ, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ରବିବାର ସକାଳ ୮ଟା ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

publive-image

ଅନ୍ୟପକ୍ଷରେ ଏବେ ପ୍ରାୟ ଅର୍ଦ୍ଧାଧିକ ଓଡ଼ିଶାରେ ପାଗ ମେଘୁଆ ରହୁଥିବା ଓ ଆକାଶରେ ବାଦଲ ରହିଥିବା କାରଣରୁ ରାଜ୍ୟରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ଟିକିଏ କମିଛି। ଗତକାଲି ରାଜ୍ୟର ୪ ଟି ଜିଲ୍ଲାର ପାରଦ ୧୦ ଡିଗ୍ରି ତଳକୁ ଖସିଯାଇଥିଲା। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ସେଲସିୟସ୍‌ ମାଲକାନଗିରି ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍‌ ସୁନ୍ଦରଗଡ଼ ଠାରେ ରେକର୍ଡ କରାଯାଇଛି। ତେବେ, ଜାନୁଆରି ୫ ତାରଖ ପରେ ରାଜ୍ୟକୁ ପୁଣି ଥରେ ଶୀତ ଲେଉଟିବ। ଏବଂ ରାତିର ତାପମାତ୍ରା ଅଧିକାଂଶ ଜିଲ୍ଲାରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ଏବଂ ଘନ କୁହୁଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ସମଗ୍ର ରାଜ୍ୟକୁ ଢ଼ାଙ୍କି ରଖିବ ବୋଲି କହିଛି  ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe