କନକ ବ୍ୟୁରୋ: କିଛି ଦେଶ ଭାରତ ଗହମକୁ ଖରାପ ବୋଲି କହି ଫେରାଇଦେବା ପରେ ଭାରତ ସରକାର ନେଇଛନ୍ତି କଡା ନିଷ୍ପତ୍ତି । ଆଉ କାହାକୁ ଦିଆଯିବନି ଗହମ । ଏପରି ନିଷ୍ପତ୍ତି ନେବା ସହ ଇକୋନୋମିକ୍ ଫୋରମରେ କରାଯାଇଥିବା ଆବେଦନକୁ ପ୍ରତ୍ୟାକ୍ଷାନ କରିଛନ୍ତି ଭାରତ ସରକାର । ଏହାପରେ ବିଶ୍ୱ ସ୍ତରରେ ଗହମ ଦର ବଢିବାରେ ଲାଗିଛି ।

Advertisment

କିଛି ଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଓ ନିଜ ଦେଶରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯାଇ ଗହମ ରପ୍ତାନୀ ଉପରେ ରହିତାଦେଶ ଲଗାଇଥିଲେ ସରକାର । ଏହପରେ ଆଇଏମଏଫ୍ ମୁଖ୍ୟ ଭାରତ ସରକାରଙ୍କୁ ବିଦେଶକୁ ଗହମ ରପ୍ତାନୀ କରିବାକୁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷା କରି ଭାରତ ବିଦେଶକୁ ଗହମ ପଠାଇଥିଲେ ବି ସମ୍ପୃକ୍ତ ରାଷ୍ଟ୍ର ଗୁଡିକ ଭାରତ ଗହମରେ ଭୂତାଣୁ ଅଛି, ଏହା ଖରାପ ମାନର କହି ଫେରାଇ ଦେଇଥିଲେ । ଏହାପରେ ଭାରତ ସରକାର କୌଣସି ରାଷ୍ଟ୍ରକୁ ଏବେ ଗହମ ରପ୍ତାନୀ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।