ଏଣିକି ହ୍ୱାଟ୍ସଆପ୍ ଡେସ୍କଟପ୍ ଆପରେ ବି ଭଏସ୍ ଓ ଭିଡିଓ କଲର ମଜା ଉଠାଇପାରିବେ ୟୁଜର୍ସ । ମିଳିବ ନୂଆ ଅଭିଜ୍ଞତା

Advertisment
ଏଣିକି ହ୍ୱାଟ୍ସଆପ୍ ଡେସ୍କଟପ୍ ଆପରେ ବି ଭଏସ୍ ଓ ଭିଡିଓ କଲର ମଜା ଉଠାଇପାରିବେ ୟୁଜର୍ସ । ମିଳିବ ନୂଆ ଅଭିଜ୍ଞତା

ହ୍ବାଟ୍‌ସଆପ୍‌ ପକ୍ଷରୁ ଡେସ୍କଟପ୍ ଆପ୍‌ରେ ଭଏସ୍‌ ଓ ଭିଡିଓ କଲ୍‌ ସୁବିଧା ଆରମ୍ଭ କରାଯାଇଛି। ଫଳରେ ଏବେ ବ୍ୟବହାରକାରୀମାନେ ସେମାନଙ୍କ ଲାପ୍‌ଟପ୍ କିମ୍ବା ଡେସ୍କଟପ୍‌ ପିସିରେ ଭଏସ୍‌ ଓ ଭିଡିଓ କଲ୍‌ ସେବା ପାଇପାରିବେ। ଫେସବୁକ୍ ମାଲିକାନାରେ ପରିଚାଳିତ ହେଉଥିବା ଏହି କମ୍ପାନିର ଭଏସ୍‌ ଓ ଭିଡିଓ କଲ୍ ପ୍ଲାଟଫର୍ମ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ଟେଡ। ଅର୍ଥାତ୍ କଥାବାର୍ତ୍ତା ହେଉଥିବା ବ୍ୟକ୍ତିଙ୍କ ଅନ୍ୟ କେହି, ଏପରିକି କମ୍ପାନି ମଧ୍ୟ, କଥାବାର୍ତ୍ତାର ବିଷୟବସ୍ତୁ ଜାଣିପାରିବେ ନାହିଁ। ଏହି ନୂଆ ସେବା ଦ୍ବାରା ବ୍ୟବହାରକାରୀ କଥାବାର୍ତ୍ତା ହେବାରେ ଉନ୍ନତମାନର ଅଭିଜ୍ଞତା ପାଇପାରିବେ। ଭବିଷ୍ୟତରେ ଏହାକୁ ଗ୍ରୁପ୍ ଭଏସ୍ ଓ ଭିଡିଓ କଲ୍ ସେବା ପାଇଁ ବିସ୍ତାର କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଗତ କିଛିବର୍ଷ ମଧ୍ୟରେ ହ୍ବାଟ୍‌ସଆପ୍‌ରେ ଅଧିକରୁ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି।

ଏପରିକି ଦୀର୍ଘ ସମୟ ଧରି କଥା ହେଉଛନ୍ତି। ଗତ ନୂଆ ବର୍ଷ ଦିନ ଗୋଟିଏ ଦିନରେ ରେକର୍ଡ ୧୪୦ କୋଟି ଭଏସ୍‌ ଓ ଭିଡିଓ କଲ୍ ହୋଇଥିଲା। ତେଣୁ ଦୂରଦୂରାନ୍ତରେ ରହିଥିବା ବ୍ୟକ୍ତିମାନେ ଲାପଟପ ଓ ଡେସ୍କଟପ୍‌ରେ ସେମାନଙ୍କ ପ୍ରିୟଜନଙ୍କ ସହିତ କଥାହେବାବେଳେ ଉନ୍ନତ ଅଭିଜ୍ଞତା ପାଇ‌ପାରିବେ। ଏଥିପାଇଁ ଉଭୟ କମ୍ପ୍ୟୁଟର ଓ ଫୋନ୍‌ରେ ଇଣ୍ଟରନେଟ୍ ସଂଯୋଗ ଥିବା ଆବଶ୍ୟକ। ସେହିଭଳି ଏଥିପାଇଁ ବ୍ୟବହାରକାରୀଙ୍କୁ ସେମାନଙ୍କ କମ୍ପ୍ୟୁଟରର ମାଇକ୍ରୋଫୋନ୍ ଓ କ୍ୟାମେରାକୁ ଭିଡିଓକଲ୍‌ ପାଇଁ ହ୍ବାଟ୍‌ସଆପ୍‌ ପର୍‌ମିସନ୍ ବା ଅନୁମତି ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe