ଆସନ୍ତାକାଲିଠୁ ଏହି ସବୁ ମୋବାଇଲରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ । ଦେଖନ୍ତୁ, ଲିଷ୍ଟରେ ସାମିଲ ଅଛି କି ଆପଣଙ୍କ ମୋବାଇଲ୍…

3,542

କନକ ବ୍ୟୁରୋ: ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲିଠୁ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ । ଅର୍ଥାତ ଏହିସବୁ ଫୋନରୁ ହ୍ୱାଟ୍ସଆପ୍ ମେସେଜ୍ କରିପାରିବେନି ଗ୍ରାହକ । ତେଣୁ ଆପଣ ଯଦି ସେହି ଫୋନ ବ୍ୟବହାର କରୁଥିବେ, ତେବେ ଆପଣ ଅସୁବିଧାରେ ପଡିପାରନ୍ତି ।

କମ୍ପାନୀର ଘୋଷଣା ମୁତାବକ, ଆଣ୍ଡ୍ରୋଏଡ ଓ ଆଇଓଏସର ପୁରୁଣା ଭର୍ସନରେ ଏବେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ୍ । ଅର୍ଥାତ ଆଣ୍ଡ୍ରୋଏଡ୍ ୪.୧ରୁ କମ୍ ଓ ଆଇଓଏସ୍ ୧୦ରୁ କମ୍ ଭର୍ସନ ଥିବା ଫୋନରେ ଏବେ ବନ୍ଦ ହେବାକୁ ଯାଉଛି ହ୍ୱାଟ୍ସଆପ୍ । ଯାହା ଫଳରେ ଏହି ଫୋନ୍ ବ୍ୟବହାର କରୁଥିବା ଲୋକ ଏବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ହ୍ୱାଟ୍ସଆପ୍ ବ୍ୟବହାରକାରୀ ହ୍ୱାଟ୍ସଆପ୍ FAQ ସେକ୍ସନକୁ ଯାଇ ଏହାର ଅପରେଟିଙ୍ଗ୍ ସିଷ୍ଟମର ଲିଷ୍ଟ ଚେକ୍ କରିପାରିବେ ।

ତେବେ ନଜର ପକାନ୍ତୁ, ନଭେମ୍ବର ୧ ତାରିଖରୁ କେଉଁ କେଉଁ ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ ।

ଆପଲ୍ 

  • iPhone 6S
  • iPhone 6S Plus
  • Apple iPhone SE

ସାମସଙ୍ଗ

  • Samsung Galaxy Trend Lite
  • Galaxy SII
  • Galaxy Trend II
  • Galaxy S3 mini
  • Galaxy Core
  • Galaxy Xcover 2
  • Galaxy Ace 2

ଏଲଜି (LG)

  • LG Lucid 2
  • Optimus L5 Dual
  • Optimus L4 II Dual
  • Optimus F3Q
  • Optimus F7
  • Optimus F5
  • Optimus L3 II Dual
  • Optimus F5
  • Optimus L5
  • Optimus L5 II
  • Optimus L3 II
  • Optimus L7
  • Optimus L7 II Dual
  • Optimus L7 II
  • Optimus F6
  • Enact
  • Optimus F3
  • Optimus L4 II
  • Optimus L2 II
  • Optimus Nitro HD and 4X HD

ZTE

  • ZTE Grand S Flex
  • Grand X Quad V987
  • ZTE V956
  • Grand Memo

Huawei 

  • Huawei Ascend G740
  • Ascend D Quad XL
  • Ascend Mate
  • Ascend P1 S
  • Ascend D2
  • Ascend D1 Quad XL