କନକ ବ୍ୟୁରୋ : ଆଜିଠୁ କେତେକ ପୁରୁଣା ସ୍ମାର୍ଟଫୋନ୍ରେ ହ୍ବାଟସ୍ଆପ୍ କାମ କରିବନି । ଏବିଷୟରେ କଂପାନି ପୂର୍ବରୁ ସୂଚନା ଦେଇଥିଲା । ଆଣ୍ଡ୍ରଏଡ୍ ୪.୦.୪ କିମ୍ବା ତା’ଠାରୁ ପୁରୁଣା ଅପରେଟିଂ ସିଷ୍ଟମ୍ ଥିବା ଫୋନ୍ରେ ହ୍ବାଟସ୍ଆପ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବ । ତେଣୁ ସାମସଙ୍ଗ୍ ଗାଲାକ୍ସି ଏସ୍୩, ଗାଲାକ୍ସି ଏସ୍୩ ମିନି, ଅପ୍ଟିମସ୍ ଏଲ୍୫ ଡୁଆଲ୍, ଅପ୍ଟିମସ୍ ଏଲ୍୪ ୨ ଡୁଆଲ୍, ଅପ୍ଟିମସ୍ ଏଫ୍୭ ଓ ଅପ୍ଟିମସ୍ ଏଫ୍୫ରେ ହ୍ବାଟସ୍ଆପ୍ କାମ କରିବ ନାହିଁ । ସାମସଙ୍ଗ୍, ଏଲ୍ଜି, ଜେଡ୍ଟିଇ, ହୁୱେଇ, ସୋନି ଓ ଆଲ୍କାଟେଲ୍ ଭଳି ସଂସ୍ଥାର ପୁରୁଣା ଫୋନ୍ରେ ହ୍ବାଟସ୍ଆପ୍ ଅଚଳ ହୋଇଯିବ।
ହ୍ବାଟସ୍ଆପ୍ କାମ କରିବା ଲାଗି ଆଇଫୋନ୍ରେ ଅତିକମ୍ରେ ଆଇଓଏସ୍ ୧୦ ରହିଥିବା ଦରକାର । ତେଣୁ ଆଜିଠୁ ଆଇଫୋନ୍ ୬ଏସ୍, ଆଇଫୋନ୍ ୬ଏସ୍ ପ୍ଲସ୍, ଆପଲ୍ ଆଇଫୋନ୍ ଏସ୍ଇ (ପ୍ରଥମ ପିଢ଼ି)ରେ ହ୍ବାଟସ୍ଆପ୍ କାମ କରିବନି। କାଇଓଏସ୍ ୨.୫.୦ ଅପରେଟିଂ ସିଷ୍ଟମ୍ରେ ଚାଲୁଥିବା ଫୋନ୍କୁ ହ୍ବାଟସ୍ଆପ୍ ଏହାର ସମର୍ଥନ ଜାରି ରଖିବ । ତେଣୁ ଉଭୟ ଜିଓଫୋନ୍ ଓ ଜିଓଫୋନ୍ ୨ର ବ୍ୟବହାରକାରୀମାନେ ପୂର୍ବଭଳି ହ୍ବାଟସ୍ଆପ୍ ବ୍ୟବହାର ଜାରି ରଖିପାରିବେ ।
ସୁରକ୍ଷା ବ୍ୟବସ୍ଥା ଓ ସୁବିଧା ସୁଯୋଗରେ ଉନ୍ନତି ଆଣିବା ଲାଗି ମେଟାର ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍ଆପ୍ ନିୟମିତ ବ୍ୟବଧାନରେ ଅପ୍ଡେଟ୍ ଜାରି କରୁଛି । ସେହି ଅପ୍ଡେଟ୍ଗୁଡ଼ିକ କାମ କରିବା ଲାଗି ଫୋନ୍ରେ ଏକ ନିର୍ଦିଷ୍ଟ ମାନର ହାର୍ଡଓୟାର ରହିବା ଦରକାର । ଯେଉଁ ଫୋନ୍ଗୁଡ଼ିକରେ ସେହି ମାନର ଅପରେଟିଂ ସିଷ୍ଟମ୍ ଓ ହାର୍ଡଓୟାର ନଥିବ ସେଥିରେ ହ୍ବାଟସ୍ଆପ୍ କାମ କରିବ ନାହିଁ ।
ତେବେ ନଜର ପକାନ୍ତୁ, ନଭେମ୍ବର ୧ ତାରିଖରୁ କେଉଁ କେଉଁ ଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍ ।
ଆପଲ୍
- iPhone 6S
- iPhone 6S Plus
- Apple iPhone SE
ସାମସଙ୍ଗ
- Samsung Galaxy Trend Lite
- Galaxy SII
- Galaxy Trend II
- Galaxy S3 mini
- Galaxy Core
- Galaxy Xcover 2
- Galaxy Ace 2
ଏଲଜି (LG)
- LG Lucid 2
- Optimus L5 Dual
- Optimus L4 II Dual
- Optimus F3Q
- Optimus F7
- Optimus F5
- Optimus L3 II Dual
- Optimus F5
- Optimus L5
- Optimus L5 II
- Optimus L3 II
- Optimus L7
- Optimus L7 II Dual
- Optimus L7 II
- Optimus F6
- Enact
- Optimus F3
- Optimus L4 II
- Optimus L2 II
- Optimus Nitro HD and 4X HD
ZTE
- ZTE Grand S Flex
- Grand X Quad V987
- ZTE V956
- Grand Memo
Huawei
- Huawei Ascend G740
- Ascend D Quad XL
- Ascend Mate
- Ascend P1 S
- Ascend D2
- Ascend D1 Quad XL