ଫେବୃଆରୀ ୧ ତାରିଖରୁ ଏହି ସ୍ମାର୍ଟଫୋନ ଗୁଡିକରେ ଆଉ ଚାଲିବନି ହ୍ୱାଟ୍ସଆପ୍ । ଯଦି ଆପଣଙ୍କ ଫୋନ୍ ଏହି ତାଲିକାରେ ଅଛି, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ ।

2,075

କନକ ବ୍ୟୁରୋ : ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ କିଛି ସ୍ମାର୍ଟଫୋନରେ ଆଉ ସପୋର୍ଟ କରିବନି ହ୍ୱାଟ୍ସଆପ୍ । କାରଣ କ୍ରମାଗତ ଅପଡେଟ୍ ଜରିଆରେ ଅନେକ ନୂଆ ଫିଚର୍ସ ଆଣୁଛି କମ୍ପାନୀ, ଯାହା ଏହି ଫୋନ ଗୁଡିକରେ ସପୋର୍ଟ କରିବ ନାହିଁ । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି ସ୍ମାର୍ଟଫୋନ୍ ଅଛି, ଆଉ ଆପଣ ହ୍ୱାଟ୍ସଆପର ବ୍ୟବହାର ଜାରି ରଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ଫୋନ୍ ବଦଳାଇବାକୁ ହେବ ।

ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ ଆପଣଙ୍କ ଫୋନରେ ଆଣ୍ଡ୍ରଏଡ ୪.୦.୩ ରୁ ଉପର ଆଣ୍ଡ୍ରଏଡ ଭର୍ସନ ଥିବା ଜରୁରୀ । ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଖରେ ଆଇଓଏସ ୯ର ଉପର ଭର୍ସ ଥିବା ଆବଶ୍ୟକ ।

ଯଦି ଆପଣଙ୍କ ଫୋନରେ ଏହି ଭର୍ସନ ଉପଲବ୍ଧ ନାହିଁ, ତେବେ ଆସନ୍ତା ଫେବୃଆରୀ ୧ ତାରିଖରୁ ଆପଣ ଆଉ ହ୍ୱାଟ୍ସଆପର ବ୍ୟବହାର କରିପାରିବେ ନାହିଁ । ପୂର୍ବରୁ ୱିଣ୍ଡୋଜସ୍ ସ୍ମାର୍ଟଫୋନ ଗୁଡିକ ପାଇଁ ହ୍ୱାଟ୍ସଆପ ସପୋର୍ଟ ବନ୍ଦ କରିଦେଇଛି କମ୍ପାନୀ । ଆଉ ଏବେ ଏହି ମୋବାଇଲ ଗୁଡିକରେ ଆଉ ଚାଲିବନି ହ୍ୱାଟ୍ସଆପ୍ ।