ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ...ଯଦି ଆପଣଙ୍କୁ ଋଣ ଦରକାର ତେବେ ବିଳମ୍ବ ନକରି ତୁରନ୍ତ ଏପରି ଭାବରେ ଋଣ ନିଅନ୍ତୁ

Advertisment
ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ...ଯଦି ଆପଣଙ୍କୁ ଋଣ ଦରକାର ତେବେ ବିଳମ୍ବ ନକରି ତୁରନ୍ତ ଏପରି ଭାବରେ ଋଣ ନିଅନ୍ତୁ

କନକ ବ୍ୟୁରୋ : ହ୍ୱାଟ୍ସଆପ ଜରିଆରେ ଚୁଟକିରେ ମିଳିବ ଋଣ । ବିଶ୍ୱାସ ହେଉନଥିଲେ ବି ସତ । ଟାଟା କ୍ୟାପିଟାଲ , ଟାଟା ଗୁପ୍ର ଏକ ଆର୍ଥିକ ସେବା କମ୍ପାନୀ ହ୍ୱାଟ୍ସଆପ ମାଧ୍ୟମରେ ତୁରନ୍ତ ଋଣ ପ୍ରଦାନ କରିବା ପ୍ରକିୟା ଆରମ୍ଭ କରିଛି । ତେବେ ଏହି ସ୍ୱତନ୍ତ୍ର ସ୍କିମକୁ ସ୍ୱିଫ୍ଟ ଇନଷ୍ଟା ପର୍ସନାଲ ଋଣ ଭାବରେ ନାମିତ କରାଯାଇଛି । ଟାଟା କ୍ୟାପିଟାଲର ଗ୍ରାହକମାନେ କମ୍ପାନୀର ହ୍ୱାଟ୍ସଆପ ମାଧ୍ୟମରେ ସହଜରେ ଋଣ ପାଇଁ ଆବେଦନ କରନ୍ତି । ଆବେଦନର ପରେ କମ୍ପାନୀ ପକ୍ଷରୁ ଋଣ ମଧ୍ୟ ପ୍ରଦାନ କରାଯାଏ । ତେବେ ଏହାରି ମଧ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ହ୍ୱାଟ୍ସଆପ ଟାଟବଟ ଲଂଚ୍ କରିଛି ।

ହ୍ୱାଟ୍ସ ଆପରେ ମିଳିବ ଋଣ !
ସ୍ୱତନ୍ତ୍ର ସ୍କିମରେ ଗ୍ରାହକଙ୍କୁ ମିଳିବ ଋଣ

ଗ୍ରାହକମାନେ ଏହି ଚାଟକଟ ମାଧ୍ୟମରେ ବିଭିନ୍ନ ପ୍ରକାର ବିଜ୍ଞପ୍ତି ଗ୍ରହଣ କରନ୍ତି । ଟାଟା କ୍ୟାପିଟାଲ କୁହାଯାଇଛି ଯେ, ଏହି ହ୍ୱାଟ୍ସଆପ ମାଧ୍ୟମରେ ଗ୍ରାହକମାନଙ୍କୁ ସେମାନଙ୍କର ଇଏମଆଇ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ବରଂ ଗ୍ରାହକଙ୍କ ସମସ୍ତ ରେକର୍ଡ ଅପଡେଟ୍ କରିବାରୁ ସମସ୍ତ କାମ ଏହାରି ମାଧ୍ୟମରେ ହିଁ କରାଯିବ । ଅତିଶୀଘ୍ର ଏହି ଆପ ମାଧ୍ୟମରେ କାମ ହେଉଥିବା କାରଣରୁ କମ୍ପାନୀ ଏପରି ଚିନ୍ତା କରୁଛି । ଏହାସହ କମ୍ପାନୀ ସ୍ପଷ୍ଟ କହିଛି ଯେ, ଗ୍ରାହକମାନଙ୍କୁ କମ୍ପାନୀ କେବଳ ଗୋଟିଏ ପ୍ଲାଟଫର୍ମରେ ଋଣ ଦେବା ପାଇଁ ଅନୁମତି ଦେଇଥାଏ ।

ଆପଣ ଲୋନ ପାଇବେ କେମିତି ?

ସିଫ୍ଟ ଇନଷ୍ଟା ପର୍ସନାଲର ଲାଭ ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ନିଜ ଫୋନରେ ୭୫୦୬୭୫୬୦୬୦ ନମ୍ବର ସେଭ୍ କରିବାକୁ ପଡିବ ।
ପରେ ପରେ ହାଏ ଲେଖି ଟେଷ୍ଟଚାଟ୍ କରନ୍ତୁ ।
ମେନୁରୁ ସ୍ୱିଫ୍ଟ ଇନଷ୍ଟା ବ୍ୟକ୍ତିଗତ ଋଣ ଚୟନ କରନ୍ତୁ । ପରେ ଗୋଟିଏ ଥର ପାସୱାର୍ଡ ମାଧ୍ୟମରେ ଯାଞ୍ଚ କରନ୍ତୁ ।
ପରେ ଋଣ ରାଶୀ ବାଛନ୍ତୁ ଓ ପରେ ଅନୁମୋଦନ ପାଇଁ ପଦକ୍ଷେପ ନିଅନ୍ତୁ ।
ଏହାପରେ ଲୋନ ଅନୁମୋଦନ ପ୍ରଦାନ ବିଷୟରେ ଆପଣ ସ୍ପଷ୍ଟ ସଚନା ପାଇପାରିବେ । ପରେ ଗ୍ରାହକଙ୍କ ଇମେଲ ଆଇଡିରେ ଆପଣଙ୍କୁ ସମସ୍ତ ସୂଚନା ପାଇପାରିବେ ।
ତେବେ ହ୍ୱାଟ୍ସଆପରେ ଏହି ଲୋନ ସୁବିଧା ଆରମ୍ଭ କରିବା ସମୟରେ ଟାଟା କ୍ୟାପିଟାଲର ମାର୍କେଟିଂ ଅଧିକାରୀ କହିଛନ୍ତି ଯେ, ଏହା କରିବା ଦ୍ୱାରା ଲୋକମାନେ ଡିଜିଟାଲ ମାଧ୍ୟମରେ ଏକାଧିକ ସମାଧାନ ଚାହୁଁଛନ୍ତି । ତେଣୁ ଏହି ବ୍ୟବସ୍ଥା ଦ୍ୱାରା ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ଲାଭବାନ ହେବେ । କାରଣ ବର୍ତମାନ ସମୟରେ ଡିଜିଟାଲରେ ଲୋକମାନେ କାରବାର କରିବାକୁ ଅଧିକ ଲୋକମାନେ ଚାହୁଁଛନ୍ତି ତେଣୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe