ବହୁତ କମ ଜଣ ଜାଣିଛନ୍ତି ହ୍ୱାଟସଆପର ଏହି ନୂଆ ଫିଚର ବାବଦରେ। କଣ ଆପଣ ବ୍ୟବହାର କରିଛନ୍ତି କି?

Advertisment
ବହୁତ କମ ଜଣ ଜାଣିଛନ୍ତି ହ୍ୱାଟସଆପର ଏହି ନୂଆ ଫିଚର ବାବଦରେ। କଣ ଆପଣ ବ୍ୟବହାର କରିଛନ୍ତି କି?

କନକ ବ୍ୟୁରୋ: ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସିଜିଂ ଆପ୍ । ଲୋକ ଏଭଳି ବି ମାନିଥାନ୍ତି ଯେ ଯାହା ପାଖରେ ସ୍ମାର୍ଟଫୋନ ଅଛି, ତାଙ୍କ ପାଖରେ ହ୍ୱାଟସଆପ ନିହାତି ରହିଥିବ । ତେବେ ଏହି ଆପରେ ବର୍ତ୍ତମାନ ଏଭଳି କିଛି ଫିଚର ରହିଛି ଯାହା ଅଧାରୁ ଅଧିକ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିନେବା ଆମେ କେଉଁ ଫିଚର ବାବଦରେ ଆପଣଙ୍କୁ କହିବାକୁ ଯାଉଛନ୍ତି ।

ନିକଟରେ ହ୍ୱାଟସଆପ ତାର ନୂଆ ଫିଚର ସ୍ୱିଚ କ୍ୟାମେରା ମୋଡକୁ ଆକ୍ଟିଭ କରିଛି । ଏହି ଫିଚର ଦ୍ୱାରା ଭିଡିଓ କଲ ସମୟରେ ଉଭୟ ସାମ୍ନାପଟ କ୍ୟାମେରା ଏବଂ ପଛପଟ କ୍ୟାମେରା ସହଜରେ ବଦଳିପାରିବ । ଖାସ କଥା ହେଉଛି ଏହି ଫିଚର ଆଇଓଏସ ଏବଂ ଆଣ୍ଡ୍ରୋଏଡରେ ବ୍ୟବହାର କରାଯାଇପାରିବ । ହ୍ୱାଟସଆପ ସ୍ୱିଚ କ୍ୟାମେରାର ବ୍ୟବହାର ଗ୍ରାହକ ଭିଡିଓ କଲ ବେଳେ କରିପାରିବେ । କ୍ୟାମେରା ଆଇକନ ଉପରେ ଟ୍ୟାପ କରିବା ପରେ ଆପଣ ଏହାକୁ ଚଳାଇପାରିବେ । ଆପଣ ବିଜନେସ ମିଟିଂରେଥାନ୍ତୁ କିମ୍ବା ସାଙ୍ଗମାନଙ୍କ ସହ ଥାନ୍ତୁ କ୍ୟାମେରା ମୋଡ୍ ସ୍ୱିଚ ଫିଚର ଭିଡିଓ କଲକୁ ଅଧିକ ସଫଳ କରିଦେଇଛି । ଏହାକୁ ବ୍ୟବହାର କରିବା ମଧ୍ୟ ବେସ ସହଜ । କେବଳ କ୍ୟାମେରା ଆଇକନକୁ ଟ୍ୟାପ କରି ଆପଣ ଏହି ସେବାର ଲାଭ ଉଠାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe