ଏଣିକି କେବଳ ଚାଟିଂ ନୁହେଁ ହ୍ୱାଟସଆପ ଜରିଆରେ ରୋଜଗାର କରିପାରିବେ ଟଙ୍କା ! ୟୁଜର୍ସଙ୍କୁ ଟ୍ରେନିଂ ଦେବ ହ୍ୱାଟସଆପ୍ ।

469

ଦିନକୁ ଦିନ ବଢିଚାଲିଛି ହ୍ୱାଟସଆପର ବ୍ୟବହାର । ତେବେ ଏପର୍ଯ୍ୟନ୍ତ ଆପଣ ହ୍ୱାଟସଆପରେ ନିଜ ପ୍ରିୟଜନଙ୍କ ସହ ଚାଟିଂ କରୁଥିବେ କିମ୍ବା ଫଟୋ, ଭିଡିଓ ଏବଂ ଅଡିଓ ସେୟାର କରୁଥିବେ । କିନ୍ତୁ ଏଣିକି ଏହି ଆପ ଜରିଆରେ ଆପଣ ଆପଣଙ୍କ ରୋଜଗାର ଦୁଇ ଗୁଣା କରିପାରିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏଥିପାଇଁ ହ୍ୱାଟସଆପ ହିଁ ଆପଣଙ୍କୁ ଟ୍ରେନିଂ ଦେବ । ପ୍ରକୃତ କଥା ହେଉଛି, ହ୍ୱାଟସଆପ କିଛି ସମୟ ପୂର୍ବରୁ ହ୍ୱାଟସଆପ ବିଜନେସ୍ ଆରମ୍ଭ କରିଛି । ଆଉ ଏହା ଆପଣଙ୍କ ବର୍ତ୍ତମାନର ବ୍ୟବସାୟ ଏବଂ ଆୟକୁ ବଢାଇବାର ସୁଯୋଗ ପ୍ରଦାନ କରୁଛି । 

ଏଣିକି ହ୍ୱାଟସଆପ ଏହାକୁ ଚଲାଇବା ଏବଂ ଏହା ଜରିଆରେ ଆପଣଙ୍କୁ ଆପଣଙ୍କ ରୋଜଗାର ବଢାଇବାର ଟ୍ରେନିଂ ମଧ୍ୟ ଦେବ । ଆଉ ଏଥି ପାଇଁ ହ୍ୱାଟ୍ସଆପ୍ କଂଫେଡ୍ରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ସହ ଚୁକ୍ତି କରିଛି । ସିଆଇଆଇ ଅନୁଯାୟୀ, ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ବଢାଇବା ପାଇଁ ହ୍ୱାଟସଆପ୍ ସିଆଇଆଇର ଏସଏମଇ ଟେକ୍ନୋଲୋଜି ଫେସିଲିଟେସନ୍ ସେଣ୍ଟରର ବ୍ୟବହାର କରିବ । ଏହି ସେଣ୍ଟରକୁ ୨୦୧୬ ମସିହା ନଭେମ୍ବର ମାସରେ ଆରମ୍ଭ କରାଯାଇଥିଲା । ସିଆଇଆଇର କହିବା ଅନୁଯାୟୀ, ଏହି ଟ୍ରେନିଂ ସମୟରେ ହ୍ୱାଟସଆପ ବିଜନେସର ସଠିକ୍ ବାବହାର ସମ୍ପର୍କରେ ଅବଗତ କରାଇବ । ଏଥି ପାଇଁ କିଛି ଟ୍ରେନିଂ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ଯାହାକୁ ଆପଣ ସିଆଇଆଇର ୱେବସାଇଟ  www.ciisme.inରେ ଯାଇ ନେଇପାରିବେ ।